ପଞ୍ଜିରୀ: ପ୍ରଭୁ ଶ୍ରୀ ରାମଙ୍କୁ ରାମନବମୀରେ ପଞ୍ଜିରୀ ଭୋଗ ଲଗାଯାଇଥାଏ। ପଞ୍ଜିରୀ ବିଭିନ୍ନ ପ୍ରକାରର ହୋଇଥାଏ। ଅଟା ପଞ୍ଜିରୀ ପାଟିକୁ ସୁଆଦିଆ ଲାଗିବା ସହ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ହିତକର ହୋଇଥାଏ। ଭଗବାନ ରାମଙ୍କୁ ଧନିଆଁ ପଞ୍ଜିରୀ ଭୋଗ ଭାବେ ଅର୍ପଣ କରାଯାଇଥାଏ। ପ୍ରଥମେ ଅଟା ଏବଂ ଧନିଆକୁ ଘିଅରେ ହାଲୁକା ଭାବେ ଭାଜି ନିଅନ୍ତୁ। ପରେ ସେଥିରେ ଚିନି ଏବଂ ଡ୍ରାଏଫୁଟ୍ସ ପକାଇ ଲଡୁ ଆକାରର କରି ଦିଅନ୍ତୁ। ଏହାପରେ ଭଗବାନଙ୍କୁ ପ୍ରସାଦ ପ୍ରସ୍ତୁତ।
କ୍ଷୀରି: କ୍ଷୀରି ମଧ୍ୟ ପ୍ରଭୁ ଶ୍ରୀରାମଙ୍କର ଅତି ପ୍ରିୟ। ଚାଉଳ କ୍ଷୀରି ତ ଭଗବାନଙ୍କର ପ୍ରିୟ ହୋଇଥାଏ। ଏହାଛଡ଼ା ଲାଉ କ୍ଷୀରି ଏବଂ ସାଗୁ କ୍ଷୀରି ମଧ୍ୟ ଆପଣ ପ୍ରସ୍ତୁତ କରି ପ୍ରଭୁ ଶ୍ରୀରାମଙ୍କୁ ଭୋଗ ଲଗାଇପାରିବେ। ଆପଣ କ୍ଷୀରିରେ ଚିନି ବଦଳରେ ଗୁଡ଼ ପକାଇ ମଧ୍ୟ ପ୍ରସ୍ତୁତ କରିପାରିବେ। କ୍ଷୀରି ପ୍ରସ୍ତୁତ ହେଲାପରେ ଆପଣ କଦଳୀପତ୍ରରେ ଏହାକୁ ପରଷି ପ୍ରଭୁ ବାଲ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ।
ଶ୍ରୀଖଣ୍ଡ: ଶ୍ରୀଖଣ୍ଡ ହେଉଛି ମହାରାଷ୍ଟ୍ର ଏବଂ ଗୁଜରାଟର ଅତି ଲୋକପ୍ରିୟ ଡିସ। ଯାହା ମିଠା ଭାବେ ଖାଇବା ପରେ ଶେଷରେ ଖିଆଯାଏ। ଏହା ଖୁବ କମ ସମୟରେ ହୋଇଥାଏ। ଆଉ ଏହା ପ୍ରଭୁ ଶ୍ରୀରାମଙ୍କର ଅତି ପସନ୍ଦର ଭୋଗ। ଏହି ଶ୍ରୀଖଣ୍ଡ ବସାଦହିରୁ ପ୍ରସ୍ତୁତ କରାଯାଏ। ଆଉ ଏହା ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥାଏ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର