ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ବା ବନ୍ଧୁ ଖରାପ ଚରିତ୍ର ହୋଇଥିବେ ତାଙ୍କ ଠାରୁ ଦୂରତା ରଖି ଚାଲନ୍ତୁ ଆପଣଙ୍କ ପାଇଁ ମଙ୍ଗଳ ହେବ। ବହୁତ ଲୋକ ଅଛନ୍ତି କିଛି କାରଣ ନଥାଇ ମଧ୍ୟ ଅନ୍ୟର କ୍ଷତି କରିବାକୁ ଚାହାଁନ୍ତି। ଏପରି ଲୋକଙ୍କ ସହ ବନ୍ଧୁ ବାନ୍ଧନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଅପରିସ୍କାର ସ୍ଥାନ ବା ସନ୍ଦିଗ୍ଧ ସ୍ଥାନରେ ରହୁଥିବେ ସେହି ବ୍ୟକ୍ତିଙ୍କ ସହ ବନ୍ଧୁତ୍ୱ ରଖିଲେ କ୍ଷତି ହୋଇଥାଏ। ଏପରି କୌଣସି ବି ବ୍ୟକ୍ତିଙ୍କ ସଙ୍ଗତରେ ରହିଲେ ନର୍କରେ ରହିବା ସହ ସମାନ ହେବ। ଯଦି ଏପରି ବ୍ୟକ୍ତିଙ୍କ ସଙ୍ଗତରେ ଅଛନ୍ତି ତେବେ ଯଥାଶିଘ୍ର ଛାଡନ୍ତୁ। ଚାଣକ୍ୟଙ୍କ ଅନୁସାରେ ଯଦି ଏପରି ଲୋକଙ୍କ ସହ ମିତ୍ରତା କରୁଛନ୍ତି ତାଙ୍କୁ ପ୍ରଥମେ ଜାଞ୍ଚ-ପରୀକ୍ଷା କରିବା ଦରକାର। ତା ପରେ ବନ୍ଧୁ ବାନ୍ଧନ୍ତୁ।
ଅଧିକ ପଢନ୍ତୁ ଭାରତ ଖବର