ମହାପ୍ରଭୁଙ୍କ ଡାକରା ମିଳିଛି ବୋଲି ଆଜି ମାଆଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିଛନ୍ତି ବୋଲି ସେ ଖୁବ୍ ଆନନ୍ଦିତ ହୋଇ କହିଛନ୍ତି।ସମସ୍ତ ପ୍ରସଂଶକଙ୍କୁ ମଧ୍ୟ ସେ ଖୁବ୍ ଧନ୍ୟବାଦ ଦେଇଛନ୍ତି ।ଆଣ୍ଠୁ ସମସ୍ୟା ଯୋଗୁଁ ଖେଳ ଠାରୁ ଦୂରରେ ରହିବା କଷ୍ଟ ଦେଇଛି କିନ୍ତୁ ନିଜକୁ ଫିଟ୍ ରଖିବା ସହ ଆଗକୁ ଆହୁରି ଖେଳିବା ପାଇଁ ଇଛା ରହିଛି ବୋଲି ସେ ପ୍ରତିକ୍ରିୟାରେ କହିଁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଇନାଙ୍କୁ ଜଗନ୍ନାଥ ସୁଭଦ୍ରା,ବଳଭଦ୍ର ମୂର୍ତ୍ତି ଉପହାର ଦିଆଯାଇଥିବା ବେଳେ ସାଇନା ଏହାକୁ ଗ୍ରହଣ କରି ଖୁବ୍ ଖୁସି ହୋଇଛନ୍ତି। ଚଳିତ ମାସ ୧୭ ତାରିଖରେ ନିଜର ୩୪ ତମ ଜନ୍ମଦିନ ମନାଇଛନ୍ତି ସାଇନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର