ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର କିଛି ଦିନ ହେଲା 'ୱାର ୨' ପାଇଁ ମୁମ୍ୱାଇରେ ସୁଟିଂ କରୁଛନ୍ତି । ବର୍ତ୍ତମାନ ସେଟରୁ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ କିଛି ଫଟୋ ଲିକ୍ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରଲା ହେଉଛି ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ଭାଇରାଲ ଫଟୋରେ ହ୍ରିତିକ୍ ରୋଶନଙ୍କୁ ଷ୍ଟାଇଲିସ୍ ଆକ୍ସନ ଲୁକରେ ଦେଖିବାକୁ ମିଳିଥିବା ବେଳେ ଜୁନିଅର ଏନଟିଆର ବ୍ଲାକ୍ ଆଉଟଫିଟରେ କାଜୁଆଲ୍ ଲୁକରେ ନଜର ଆସିଛନ୍ତି । ତେବେ ହ୍ରିତିକ ଏବଂ ଜୁନିଅର ଏନଟିଆରଙ୍କ ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢାଇ ଦେଇଛି ।
'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । 'ୱାର ୨', ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏବଂ YRF ଦ୍ୱାରା ନିର୍ମିତ । ଏହି ଫିଲ୍ମ ୨୦୨୫ ମସିହା ସ୍ୱାଧୀନତା ଦିବସ ଅବସରରେ ଅର୍ଥାତ୍ ୧୪ ଅଗଷ୍ଟ ୨୦୨୫ରେ ରିଲିଜ ହେବ ବୋଲି ଜଣାଯାଇଛି ।