ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିର ଚାରି ଦୁଆର ଖୋଲିଯିବ ବୋଲି କୁହାଯାଇଥିଲା । ତେବେ ଏନେଇ ଆରମ୍ଭ ହୋଇଛି ଚାରିଦ୍ବାର ଖୋଲିବା ପ୍ରକ୍ରିୟା । ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର 6 ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର 4 ଦ୍ୱାର ଖୋଲିବାକୁ ଘୋଷଣା କରିଛି ବିଜେପି ।
ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ବେଶ୍ ଦ୍ରୁତଗତିରେ ଆଗେଇ ଚାଲିଛି। ମହାରଣା,ଭୋଇ,ରୂପକାର ସେବାୟତଙ୍କ ସମନ୍ୱୟରେ ବିଶ୍ୱନୀୟନ୍ତାଙ୍କ ତିନିରଥର କାମ ଆଗେଇ ଚାଲିଛି। ତେବେ ତିନିରଥର ସମୁଦାୟ 42ଟି ଚକ ଓ 21ଟି ଅଖ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ରଥଖଳାରେ ଦଣ୍ଡା କାମ ଚାଲିଛି ଯାହାକି ରଥର ଫାଉଣ୍ଡେସନ କାର୍ଯ୍ୟ । ପାଞ୍ଚଦଣ୍ଡା ଚଉପଟ କରାଯାଇ ଆଗପଛ ମୁହାଁଟି ସଲଗ୍ନ କରାଯିବ। ପୂର୍ବରୁ ମୁହାଁଟିରେ ବିନ୍ଧ ହୋଇଛି ।
ରଥଚାଳିରେ ଗରଗରା ଓ ଚାରି ନାହାକା କାର୍ଯ୍ୟ ଚାଲିଛି । ଗରଗରା କାମ ଶେଷ ହୋଇଥିବା ବେଳେ,ଚାରି ନାହାକାରୁ ତିନୋଟି ନାହାକାର କାମ ସରିଛି। ତେବେ ଆସନ୍ତା ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ଅଖ ଡେରାଯିବାକୁ ଥିବାବେଳେ ସ୍ନାନପୂର୍ଣ୍ଣିମା ପୂର୍ବରୁ ଚାରିନାହାକା ତିନି ରଥ ଉପରକୁ ଉଠାଯିବ ବୋଲି ମହାରଣା ସେବାୟତ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...