ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ୪୫କିଲୋ ମିଟର ଓ ତୁଷୁରାରୁ ୧୦କିଲୋମିଟର ପାହାଡ଼ ପର୍ବତ ଘେରା ଆଦିବାସୀ ଅଞ୍ଚଳ । କାହିଁ ଆବାହନ କାଳରୁ ଚିର ଶ୍ରୋତା ତେଲ ନଦୀ ଓ ରାହୁଲ ନଦୀର ସଙ୍ଗମରେ ଥିବା ଐର ରାଜ ଖାରବେଳଙ୍କ ଗୁମାଗଡ଼ । ଇତିହାସ କହେ ଏହି ଗଡ଼ ଐର ରାଜ ଖାର ବେଳଙ୍କ ଆଠ ଟି ଗଡ଼ ମଧ୍ୟରୁ ଗୋଟିଏ । ଏହା ରାଜାଙ୍କ ଅମାର ଥିଲା । ଏହି ଗଡ଼ରେ ପ୍ରଜା ମାନେ ଦେଉଥିବା ଖଜଣା ଆକାରରେ ଉତ୍ପାଦିତ ଧାନ ଶସ୍ୟ ମହଜୁଦ ରଖୁ ଥିଲେ । ସେଇ ସମୟରେ ଯୋଗାଯୋଗ ପାଇଁ ଜଳ ପଥର ସାହାଯ୍ୟରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଜଳ ପଥର ବ୍ୟବହାର କରୁଥିଲେ । ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ତିତ ଥିବାରୁ ଏଠି ଗୁମାଗଡ଼ ନିର୍ମାଣ କରିଥିଲେ ।
ପ୍ରଥମେ ରାଜା ଏଠାରେ ପାଟଖଣ୍ଡା ଯାତ୍ରା କରୁଥିଲେ । ଏଠାରେ ପ୍ରତି ବର୍ଷ ଦଶହରାରେ ମା' ପାଟଖଣ୍ଡାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପାଟଖଣ୍ଡା ଯାତ୍ରା ୧୬ ଦିନ ଧରି ଚାଲିଥାଏ । ଏଠି ମା' ପାଟଖଣ୍ଡାଙ୍କ ଯାତ୍ରା ହେଉଥିବାରୁ ଦୁର ଦୁରାନ୍ତରୁ ମାନସିକ ଧାରୀ ମାନେ ଆସି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ନବମୀ ତିଥିରେ ମା'ଙ୍କ ଶେଷ ଦିନରେ ପ୍ରଥା ଅନୁଯାଇ, ମାନସିକ ଧାରୀ ଭକ୍ତ ମାନେ ଆଣି ଥିବା ବୋଦା, ପୋଢ଼, କୁକୁଡ଼ାଙ୍କୁ ବଳି ଦେଇଥାନ୍ତି ।
ହେଲେ ଦୁଃଖର ବିଷୟ ପର୍ଯ୍ୟଟକ ମାନଙ୍କ ପାଇଁ ବର୍ତମାନ ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ବି ନାହିଁ । ସରକାର ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟଟନ ପାଇଁ ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଗୁମାଗଡ଼ ପର୍ଯ୍ୟଟନ ସ୍ଥଳୀ ଅବହେଳିତ । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ପ୍ରଶାସନର ନଜର ପଡୁ ନାହିଁ । ଏହି ଐତିହାସିକ ଜାଗା ପ୍ରଚାର ପ୍ରସାରରେ ଆଜି ଅବହେଳିତ । କେବଳ ଇତିହାସର ମୁକ ସାକ୍ଷୀ ହିସାବରେ ରହିଛି ।