ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ଆଜି ବିଜେପିରେ ଯୋଗ ଦେଇପାରନ୍ତି ଭର୍ତ୍ତୃହରି ମହତାବ ! ଗତ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଭର୍ତ୍ତୃହରି ବିଜେପିରେ ସାମିଲ ହେବା ନେଇ ANI ସୂତ୍ରରୁ ସୂଚନା ମିଳିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ବାଲେଶ୍ବର : ଚାକିରି ନାଁରେ ଠକେଇ। ଚାକିରି ସହ ଲାଇସେନ୍ସ କରାଇବା ନାଁରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ବାଲେଶ୍ବର ସୋର ଅଞ୍ଚଳର ରମେଶ ଚନ୍ଦ୍ର ପାଢ଼ୀଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ରମେଶ ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରୀ କରାଇଦେବା ନାଁ ରେ ପ୍ରତ୍ୟେକଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇଛି।
ଅଧିକ ପଢନ୍ତୁ : ନିଜକୁ ଇଡି କହି ଶହ ଶହ ଲୋକଙ୍କ ଠୁ ଠକି ନେଲେ ଟଙ୍କା
ସେହିପରି ୨୦୧୫ ରେ ଶୁଶାନ୍ତ କୁମାର ଦାସଙ୍କଠାରୁ କିରୋସିନ ଡିଲର ଶିପ କରାଇଦେବାର ଆଳ ଦେଖାଇ ୫୮ ଲକ୍ଷ ଟଙ୍କା ଠକିଥିଲା ରମେଶ। ଉଭୟ ମାମଲାରେ ପୋଲିସ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ ଟି ଓ କେଉଁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଅଛି।