ଏଥିରେ ଭାଜପାର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେପଟେ କିଛି ଘଣ୍ଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଦ୍ୟୁମ୍ନ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ କରସିଙ୍ଗ ଛକଠୁ ବିଶାଳ ବାଇକ ଶୋଭାଯାତ୍ରା କରିଥିଲେ । ଏହି ରାଲି ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ଭଞ୍ଜନଗର ଦେଇ କୁଲାଡ଼ଠାରେ ପହଁଚିଥିଲା । ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।
ଏଥିରେ ଭାଜପାର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେପଟେ କିଛି ଘଣ୍ଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ। ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା। ଲାଇସେନ୍ସ ଅନୁମତିଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି କରୁଛନ୍ତି ମଦ ବେପାରୀ। ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର। ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍। ଦେବଗଡ଼ ତିଲେଇବଣି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ କଟକଣା ଲାଗିବ । ରାଜ୍ୟରେ ମାଆ, ଭଉଣୀଙ୍କ ଦୁଃଖ ସହି ହେବନି । ଦେଶୀ ମଦ ଉପରେ ବି କଟକଣା ଲାଗିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ରାଜ୍ୟରେ ମଦ ବେପାରୀଙ୍କୁ ମଦ ବିକ୍ରି ପାଇଁ ଯେତିକି ଲାଇସେନ୍ସ ମିଳୁଛି, ତା ଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି ହେଉଛି । ଯାହାଦ୍ବାରା ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର । ଆଉ ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍ । ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି ବି କହିଛନ୍ତି, ରାଜସ୍ବ ନାଁରେ ଦୁର୍ନୀତି କରି କୋଟି କୋଟି ଟଙ୍କା ଲୁଟ୍ କରିବା ପାଇଁ ମାଆ, ଉଭଣୀଙ୍କ ଉପରେ ହେଉଥିବା ଅତ୍ୟାଚାର ଆଉ ବଢିବ ନାହିଁ । ତଥ୍ୟ ଅନୁସାରେ, 2010-12 ଆର୍ଥିକ ବର୍ଷରେ 1,094 କାଟି ରାଜସ୍ବ ସଂଗ୍ରହ ହୋଇଥିବା ବଳେ, 2022-23 ଆଥିକ ବର୍ଷ ସୁଦ୍ଧା ଏହା 6,455 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ 490% ବୃଦ୍ଧି ପାଇଛି ମଦରୁ ରାଜସ୍ବ । ହେଲେ ୨୫ ବର୍ଷର ସ୍ଥିର ବିଜେଡି ସରକାର ଯୁବକଙ୍କୁ ଚାକିରି ଖଣ୍ଡେ ଯୋଗାଇବା ବଦଳରେ ମଦର ବଶବର୍ତ୍ତୀ କରୁଛି । ପଥଭ୍ରଷ୍ଟ ହେଉଛନ୍ତି ଯୁବପୀଢୀ । ସେଥିପାଇଁ ରାଜ୍ୟରେ ବିଜେପି ସରକାର ଆସିଲେ ମଦ ଉପରେ କଟକଣା ଲାଗିବ ସହ ମାଆ, ଉଭଣୀଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ। ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର। ଶାସ୍ତ୍ରୀୟ ମାନ୍ୟତା ଅର୍ଥ ସତ୍ତ୍ବେ ଓଡ଼ିଆ ଭାଷାକୁ ଅବହେଳାର ଆଣିଲେ ମିଛ ଅଭିଯୋଗ। ଜଗନ୍ନାଥଙ୍କ ନାଁ ନେଇ ବିରୋଧୀଙ୍କୁ ମିଛ ଟାର୍ଗେଟ କରିବାକୁ ପଛେଇଲେ ନାହିଁ ବିଜେଡିର ଷ୍ଟାର ପ୍ରଚାରକ...କୋଷ୍ଟାଲ୍ ହାଇୱେ ଏବଂ BSKY ପ୍ରସଙ୍ଗରେ ବି କହିଲେ ଡାହା ମିଛ।
ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା 2014ରେ.. ତେବେ ଶାସ୍ତ୍ରୀୟ ମାନ୍ୟତା ପରେ ଓଡିଆ ଭାଷା ପାଇଁ ଟଙ୍କାଟିଏ ବି କେନ୍ଦ୍ର ସରକାର ଦେଇନାହିଁ ବୋଲି ପାହାନ୍ତିଆ ବରାଦି ସାମ୍ବାଦିକ ସମ୍ମିଳନୀରେ ଡାହା ମିଛ କହିଛନ୍ତି ଭୈରବ ପାଣ୍ଡିଆନ। ରାଜ୍ୟସଭାରେ କେନ୍ଦ୍ର ସଂସୃତି ମନ୍ତ୍ରୀଙ୍କ ଉତ୍ତର.. ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଅନ୍ୟ ଭାଷା ପରି 2020ରୁ ଲଗାତର ଓଡିଆ ଭାଷାକୁ ଅନୁଦାନ ମିଳି ଆସୁଛି । ଏ ହେଉଛି ବର୍ଷ ୱାରୀ ହିସାବ । 2023-24ରେ ମାଲାୟଲମ ଠାରୁ ବି ଓଡ଼ିଆକୁ ଅଧିକ ଅନୁଦାନ ଆସିଛି ।
ଏ ତଥ୍ୟକୁ ଦେଖିବା ପରେ ପାଣ୍ଡିଆନଙ୍କ ପାଖରେ ଅଛି କି ଉତ୍ତର ? ବିଧାନସଭାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଫେବୁଆରୀ 6ରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ବରରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର 2020ରୁ କାର୍ଯ୍ୟକ୍ଷମ ହୋଇସାରିଛି । ତେବେ ଏହି ଉତ୍କର୍ଷ କେନ୍ଦ୍ର ପାଇଁ 2014ରେ କେନ୍ଦ୍ର ଅନୁରୋଧ କରିବାର 5 ବର୍ଷ ପରେ ଅର୍ଥାତ 2019ରେ ରାଜ୍ୟ ସରକାର ଭୁବନେଶ୍ବରରେ ଜମି ଯୋଗାଇଥିଲେ । ସେହିପରି ଭୁବନଶ୍ବରରେ ଥିବା ଓଡ଼ିଆ ଭାଷା ଓ ସଂସ୍କତିର ଗବେଷଣା କେନ୍ଦ୍ର ଭାବେ ପରିଚିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଭିତ୍ତିଭୂମି ବିକାଶ ପାଇଁ 45 କୋଟି ଦେଇସାରିଛି। ଏନଡିଏ ଶାସନ ସମୟରେ ଓଡିଶାରେ କୌଣସି କେନ୍ଦ୍ରୀୟ ଅନୁଷ୍ଠାନ ହୋଇନି ବୋଲି ମିଛ କହିଛନ୍ତି ପାଣ୍ଡିଆନ। ଅରୁଣ ଜେଟଲୀ ଅର୍ଥ ମନ୍ତ୍ରୀ ଥିବାବେଳେ ଓଡିଶାରେ ଆଇଆଇଏମ ପାଇଁ ହୋଇଥିବା ବ୍ୟୟବରାଦ କଥା ।
କେବଳ ଆଇଆଇଏମ ନୁହେଁ ଭୁବନେଶ୍ବରର ଓ ଖୋର୍ଦ୍ଧାରେ 3ଟି ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ, ବ୍ରହ୍ମପୁରରେ ଆଇଜର, ପୁରା ଓଡିଶାରେ 21 କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ପରି ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଏହି 10 ବର୍ଷରେ ହୋଇଛି । କୋଷ୍ଟାଲ ହାଇୱେର ଗତିପଥ ବାରମ୍ବାର ପରିବର୍ତ୍ତନ କରିବା ଓ ଲୋକଙ୍କୁ ଲଗାଇ ବିଜେଡି ନେତାଙ୍କ ଆନ୍ଦୋଳନରେ ପାଣ୍ଡିଆନ ବନିଥିଲେ ସୁତ୍ରଧର କର୍ମଚାରୀ ବଦଳରେ କରିଥିଲେ କର୍ମୀର କାମ...ସଂସଦର ପଟଳର ବିଜେଡିର ଅଧିକୃତ ବକ୍ତା ଭାବେ ସାଂସଦ ପୀନାକୀ ଓଡ଼ିଶାର ବିକାଶରେ ମୋଦି ବଡ଼ ଭୂମିକା ନେଇଥିବା କହି କରିଥିଲେ ଭୂରି ଭୂରି ପ୍ରଂଶସା।
ଅଧିକ ପଢନ୍ତୁ ଓଡ଼ିଶା ଖବର