ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କୁ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଥାନାକୁ ଡାକି ହଇରାଣ କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଘଟଣାକୁ 10ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଧରିପାରୁନି ପୋଲିସ । ଅଭିଯୁକ୍ତମାନେ ବାହାରେ ବୁଲୁଥିବାରୁ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆକ୍ରମଣର ଶିକାର ଯୁବତୀ । ଯୁବତୀ ଓ ମହିଳାମାନଙ୍କ ପ୍ରତି କମିଶନରେଟ ପୋଲିସର ଏଭଳି ଉଦାସୀନତାକୁ ଚାରିଆଡୁ ନିନ୍ଦା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏପର୍ଯ୍ୟନ୍ତ କର୍ପୋରେଟରଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି କମିଶନରେଟ୍ ପୋଲିସ ? ବିଜେଡି କର୍ପୋରେଟଙ୍କ ସ୍ବାମୀ ବୋଲି କ'ଣ ତାଙ୍କ ପାଇଁ ଆଇନ ଅଲଗା ?
ଅଧିକ ପଢନ୍ତୁ ଓଡ଼ିଶା ଖବର