ଏହି ଘଟଣାରେ ପ୍ରଶାସନ ଗୋଲାପ ମାହାରଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଭରଣପୋଷଣର ଦାୟିତ୍ଵ ନେଉ ବୋଲି ଦାବି କରିଛି ସଫେଇ ମଜଦୂର ସଂଘ । ପ୍ରଚଣ୍ଡ ରୌଦ୍ରତାପକୁ ନଜରରେ ରଖି ରାଜ୍ୟ ଶ୍ରମ ବିଭାଗ ଶ୍ରମିକ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କଲେଜ ଗୁଡିକୁ ମଧ୍ୟ ଛୁଟି ଘୋଷଣା କଲେଣି । ଏଭଳି ସ୍ଥିତିରେ ଭୁବନେଶ୍ଵର ମହାନଗର ନିଗମ କାହିଁକି ସଫେଇ କର୍ମଚାରୀଙ୍କ ପାଇଁ କୈାଣସି ଗାଇଡ ଲାଇନ ଆଣୁନାହିଁ, ଏମିତି କି ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ୍ ମଧ୍ୟ ଦିଆଯାଉନାହିଁ ବୋଲି ଅଭିଯୋଗ କରାଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଝାଡ଼ୁଦାର ଏବଂ ଟ୍ରଲି ଚାଳକ ମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଉ, ଏଥି ସହିତ ସଫେଇ ସମୟସୀମା ସକାଳ ୮ଟା ପର୍ଯ୍ୟନ୍ତ ରହୁ ବୋଲି ଦାବି କରାଯାଇଛି । ଗୋଲାପଙ୍କ ଭଳି ଅନ୍ୟ ସଫେଇ କର୍ମଚାରୀ ମାନେ ମଧ୍ୟ ଅନେକ ସମୟରେ ଅସୁସ୍ଥ ହୋଇପଡୁଥିବା ଦେଖିବାକୁ ମିଳିଛି । ବର୍ଷକ ବାରମାସ ସଫେଇ କର୍ମଚାରୀ ମାନେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଏଥିପ୍ରତି ବିଏମସି ଏବଂ ଠିକା ସଂସ୍ଥା ଦୃଷ୍ଟି ଦେଉନଥିବା ଦେଉନି। ଏହାର ସମାଧାନ ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ମିଳିଛିତ ଖାଲି ପ୍ରତିଶ୍ରୁତି ।