କିନ୍ତୁ ଆପଣଙ୍କ ସାମ୍ନାରେ ବାସ୍ତବ ଚିତ୍ର । ଦେବଗଡ଼ ଜିଲ୍ଲା ସୀମାରେ ରହୁଥିବା ଆଦିମ ଜନଜାତି ପାଉଡି ଭୂୟାଁ ଓ ମୁଣ୍ଡାଙ୍କ ଅବସ୍ଥା ଦେଖନ୍ତୁ…ବିଜେଡି ଶାସନର 24 ବର୍ଷ ପରେ ଆଦିବାସୀଙ୍କର କେତେ ହୋଇଛି କଲ୍ୟାଣ, ତାହା ଦେଖିବାକୁ ଗାଁ ଔତଳରେ ପହଞ୍ଚିଥିଲା ଟିମ୍ ଅର୍ଗସ । ପାହାଡ଼ ତଳେ ରହୁଥିବା ଏ ଗାଁର ସବୁ ପରିବାର ମୌଳିକ ସୁବିଧାରୁ ବଞ୍ଚିତ। ସ୍କୁଲ ଅଛି, କିନ୍ତୁ ଶିକ୍ଷକ ନାହାନ୍ତି । ପିଇବା ପାଣି ପାଇଁ ଲୋକଙ୍କ ଭରସା ଏ ନାଳ। ମୁଣ୍ଡ ଗୁଞ୍ଜିବାକୁ ଏ ଭଙ୍ଗା, ଦଦରା ଘର। ଏମାନଙ୍କ ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସେ ଟଙ୍କା କୁଆଡ଼େ ଯାଉଛି ତାହା କେହି ଜାଣନ୍ତିନି। ଅଭିଯୋଗ ହୋଇଛି `ଆମ ଓଡ଼ିଶା ନବୀନ ଓଡ଼ିଶା' ନାଁରେ ଗାଁର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥକୁ ସ୍ଥାନୀୟ ବିଜେଡି ନେତା ହଡ଼ପ କରିଛନ୍ତି । ୪୦ ବର୍ଷ ପୂର୍ବରୁ ଥିବା ମାଟି ଘର ଭାଗବତ ଟୁଙ୍ଗିଙ୍କୁ ଦେଖାଇ ଟଙ୍କା ଉଠାଇ ନିଆଯାଇଛି। ଏଠି କେବଳ ଲାଗିଛି ଏ ଫଳକ। ଆଦିମ ଜନଜାତିଙ୍କ ନାଁରେ ବହୁ ଯୋଜନା, ମାଳ ମାଳ ମିଛ ପ୍ରଚାର। କିନ୍ତୁ ବିଜେଡି ଶାସନ 25 ବର୍ଷ ଭିତରେ ଏମାନଙ୍କୁ ମିଳିଛି କେବଳ ଧୋକା ଓ ପ୍ରତାରଣା।
ଅଧିକ ପଢନ୍ତୁ ଓଡ଼ିଶା ଖବର