ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଡାର୍ସି ସ୍କୁଲ ଉତ୍କଳ ୟୁନିଭର୍ସିଟି ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମନସ୍ତତ୍ବବିତ ବିଭାବ ପରିସରରେ ଥିବା ଡାର୍ସି ସ୍କୁଲର କୁନିକୁନି ପିଲାମାନଙ୍କ ବିଭିନ୍ନ ନୃତ୍ୟୁ ପରିବେଶଷ କରିଥିଲେ । ବିଶେଷ କରି ଛୋଟ ଛୋଟ ପିଲାଙ୍କ ପ୍ରାକ ଶିକ୍ଷା ବ୍ୟବସ୍ଥା ଶିକ୍ଷାଦାନ କରୁଥିବା ଡାର୍ସିର ସମସ୍ତ ଛାତ୍ରଛାତ୍ରୀ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ଦେଶାତ୍ମବୋଧକ ଗୀତର ତାଳେ ତାଳେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ସଂସ୍ଥାର ମୁଖ୍ୟଙ୍କ ଦ୍ବାରା ପୁରସ୍କାର ପରିବେଶଣ କରାଯାଇଥିଲେ । ଡାର୍ସି ସ୍କଲରେ ପିଲାଙ୍କ ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତା ଓ ଖେଳକୁଦ ମାଧ୍ୟମରେ ଶିକ୍ଷା ଦିଆଯାଉଛି । କୋମଳମତି ପିଲାଙ୍କ ପଢାପ୍ରତି ଆଗ୍ରହ କିପରି ହୋଇପାରିବ ତାଉପରେ ଗୁରୁତ୍ବ ଦେଶ ଶକ୍ଷାଦାନ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଆଗାମୀ ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଓ ନୟାଗଡ଼କୁ ୟେଲୋ ଜୋନରେ ରଖିଥିବାରୁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩୧ ଯାଏଁ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବାର ପୂର୍ବାନୁମାନ କରାଯାଉଥିବାରୁ ମତ୍ସ୍ୟଜୀବୀଙ୍କୁ ବି ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର