ଗତକାଲି ରାତିରେ ଅତ୍ୟଧିକ ବାନ୍ତି ହେବାରୁ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଁଚି ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବୌଦ୍ଧ: ବୌଦ୍ଧରେ ଜଣେ ଶ୍ରମିକଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲା ପୁଖୁରିଆ ଥାନା ରାଣିନଗର ଗାଁର ଖଦିମୂଳ ଇସଲାମ । ସେ ଏକ ରେଳ ଠିକାସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।
ଗତକାଲି ରାତିରେ ଅତ୍ୟଧିକ ବାନ୍ତି ହେବାରୁ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଁଚି ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ । ରାସ୍ତାରୁ ଚେନ ଝାମ୍ପୁଥିଲେ, ବାଇକରେ ଫେରାର ହୋଇଯାଇଉଥିଲେ । ସାରା ଦେଶରେ ବୁଲି ବୁଲି ଏମାନେ ଲୁଟ କରୁଛନ୍ତି ଆଉ ଟ୍ରେନରେ ଫେରାର ହୋଇ ଯାଉଛନ୍ତି । ଯେଉଁ ସହରକୁ ଆସିବେ ସେଠି ଆଗ ଏକ ବାଇକ୍ ଚୋରି କରିବେ। ପରେ ଚୋରି ବାଇକରେ ଚେନ ଲୁଟ କରିବେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ ।
ଏହି ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାରକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶଲ ସ୍କ୍ୱାର୍ଡ । ଯାହା ନିକଟରୁ ୨ ଟି ସୁନା ଚେନ ସହ ଗୋଟିଏ ଚୋରା ବାଇକ୍ ଜବତ କରିଛି ପୋଲିସ । ସେହିଭଳି ଆଉ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଂଚଳର ଆକାଶ ସାମଲ o ବିଡାନାସୀ ଅଂଚଳର ସିତଲ ବେହେରାକୁ ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନିକଟରୁ ୨ ଟି ସୁନା ଚେନ ଜବତ କରାଯାଇଛି । ଏମାନଙ୍କ ନାମରେ କଟକ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ୧୪ ରୁ ଅଧିକ ମାମଲା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଚାଷୀଙ୍କ ଧାନମଣ୍ଡି ଟଙ୍କା ଲୁଟ୍ ଅଭିଯୋଗ । ଅଭିଯୋଗ ଆସିଛି ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ରଣାଗୁଣ୍ଡି ସମବାୟ ସମିତି ଓ ଶୁଳିଆ ସମବାୟ ସମିତି ଧାନ ମଣ୍ଡିରେ । ଧାନ ଦେଇଥିବା ଚାଷୀ ତାଙ୍କର ୯୦ ହଜାର ୬୦୦ ଶହ ୧୬ ଟଙ୍କା ୩୩ ପଇସା ହରିଲୁଟ ହୋଇଥିବା ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଚାଷୀ କେତେ କଷ୍ଟ କରି ଧାନ ଚାଷ କରି ପଇସା ଆଶାରେ ଦେଇଥିଲା। ହେଲେ କିଛି ବ୍ୟକ୍ତି ଏଭଳି ଟଙ୍କା ଟୁଲି ନେଇ ହଇରାଣ କରୁଛନ୍ତି। ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟେନୁଷ୍ଠାନ ଦାବି କରିଛନ୍ତି ଚାଷୀକୁଳ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ପୁରୀ: ଅନୁଗୁଳ-ପୁରୀ ଫାଷ୍ଟ୍ ପାସେଞ୍ଜର ଟ୍ରେନରେ ନିଆଁ । ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ । ପୁରୀ ଷ୍ଟେସନରେ ପହଞ୍ଚବା ପୂର୍ବରୁ ନିଆଁକୁ ଆୟତ୍ତ କଲେ କର୍ମଚାରୀ । ତଦନ୍ତ ଆରମ୍ଭ କଲେ ବୈଷୟିକ ଟିମ୍ । ନିଆଁ, ଟେକ୍ସନ ମୋଟରରୁ ସଟସର୍କିଟ ହୋଇ ଲାଗିଥିଲା ।
ପୁରୀରେ ପହଞ୍ଚିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ମାଳତୀପାଟପୁର ଷ୍ଟେସନ ନିକଟରେ ଲାଗିଥିଲା ନିଆଁ । ଟ୍ରେନ ଚାଲୁଥିବା ସମୟରେ ଟ୍ରେନପଛ ପାଖ ଇଞ୍ଜୀନରୁ ନିଆଁ ଓ ଧୁଆଁ ବାହାରୁଥିବା କିଛି ଲୋକ ଦେଖି ଥିଲେ, ପୁରୀରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀ ମାନେ ଓହ୍ଲାଇ ପଡିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର