ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଆବଣ୍ଟିତ କେନ୍ଦ୍ରୀୟ ପାଣ୍ଠିର ୫୦ ପ୍ରତିଶତ ମଧ୍ୟ ଖର୍ଚ୍ଚ କରିପାରୁ ନାହାନ୍ତି । ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ କାହିଁକି ? ବୋଲି ଏକ୍ସ ଆକାଉଣ୍ଟରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି କେନ୍ଦୁଝର ଜିଲ୍ଲା କେଶଦୁରାପାଳ କୁରାଳ ସାହିରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ହଟହଟା ହୋଇଥିଲେ ବଦ୍ରିନାରାୟଣ । କେଶଦୁରପାଳ ଗାଁରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ମନ୍ଦିର ପ୍ରତିଷ୍ଠା ପାଇଁ ଯାଇଥିବା ବେଳେ ପାଣି ସମସ୍ୟା ନେଇ ବଦ୍ରିଙ୍କୁ ଘେରିବା ସହ ତୀବ୍ର ବିରୋଧ କରିଥିଲେ ମହିଳା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: