ସମସ୍ୟା ଘେରରେ କୁମ୍ଭୀଖାରି ସରକାରି ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟତ ନୁହେଁ ସତେ ଯେମିତି ଭୂତ କୋଠି। ସ୍କୁଲ ପରିସରରେ ଥିବା ପୁରୁଣା ବିଲଡିଂ ପୁରା ଭାଙ୍ଗି ଯାଇଥିବା ବେଳେ ବ୍ୟବହାର ହେଉଥିବା ଶ୍ରେଣୀଗୃହର ମଧ୍ୟ ସ୍ଥାନେ ସ୍ଥାନେ ପଲସ୍ତରା ଛାଡି ଗଲାଣି। ମାତ୍ର ବିକଳ୍ପ ନଥିବାରୁ ଏଠାରେ ବସି ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ। ରୋଷେଇ ଘର କଥା ନ କହିଲେ ଭଲ, ଯାଗା ନଥିବାରୁ ଖୋଲା ମେଲାରେ ଚାଲିଛି ରୋଷେଇ l
କୁମ୍ଭୀଖାରି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବଖାଣୁଛି ରାଜ୍ୟ ଶିକ୍ଷାବ୍ୟବସ୍ଥାର ଅସଲଚିତ୍ର । କେମିତି ହେଉଛି ଶିକ୍ଷା ଭିତ୍ତିଭୂମିର ବିକାଶ। ଯେଉଁଠି ପିଲାଙ୍କ ପାଠ ପଢିବାକୁ ଶ୍ରେଣୀଗୃହ ନାହିଁ। ପାଠ ପଢାଇବାକୁ ଶିକ୍ଷକ ନାହାନ୍ତି । ମଧ୍ୟାନ ଭୋଜନ ରୋଷେଇ ପାଇଁ ସ୍ଥାନ ନାହିଁ ସେଠି ଶିକ୍ଷାର ବିକାଶ କେମିତି ହେଉଥିବା ତାହା ଅନୁମାନ କରି ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: