କୋରାପୁଟ : ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଭୋଟ ବର୍ଜନ କଲେ ୩ ଗାଁ ଲୋକେ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଭିତରଗଡ ପଞ୍ଚାୟତ ଭିଲାପୁଟ, ଜାନିଗୁଡା, ସେମିଳିଗୁଡା ଗାଁରେ ଭୋଟ ବର୍ଜନ କରାଯାଇଛି । ଏହି ଗାଁର ଲୋକେ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପାନୀୟ ଜଳ , ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟାରୁ ବଞ୍ଚିତ ଅଛନ୍ତି ଏହି ଗାଁ ର ଲୋକେ । ଏନେଇ ପ୍ରଶାସନକୁ ଅନେକ ଥର ଲିଖିତ ଆକାରରେ ଜଣାଇବା ସତ୍ତ୍ବେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି ସରକାର ।
ଅଧିକ ପଢନ୍ତୁ : ଭୋଟ୍ ଦେଉଛନ୍ତି କୋଟିଆବାସୀ
ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ସବୁବେଳେ ଲୋକଙ୍କ ବିକାଶର ତଥା ରୂପାନ୍ତରୀକରଣର କଥା କହୁଥିବା ବେଳେ ଏପର୍ଯ୍ୟନ୍ତ ଏହି ଗାଁର ଲୋକେ ବିକାଶକୁ ଦେଖି ପାରିନାହାନ୍ତି । ଯାହାକୁ ବିରୋଧ କରି ଭୋଟ ବର୍ଜନ କରିଛନ୍ତି ଗାଁ ଲୋକେ ।
କୋରାପୁଟ: ଭୋଟ୍ ଦେଉଛନ୍ତି କୋଟିଆବାସୀ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉଭୟ ସ୍ଥାନରେ ଭୋଟ୍ ଦେଉଛନ୍ତି କୋଟିଆବାସୀ। କୋଟିଆ ସଦର ମହକୁମାରେ ଆଦର୍ଶ ବୁଥ କେନ୍ଦ୍ର ଓଡ଼ିଶା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି। ତେବେ କୋଟିଆବାସୀ କିନ୍ତୁ ପ୍ରଥମେ ଆନ୍ଧ୍ର ନେରିଡି ୱାଲ୍ସାରେ ମତଦାନ ସାବ୍ୟସ୍ତ କରିଛନ୍ତି।
ଏହା ପରେ ଅପରାହ୍ନରେ କୋଟିଆବାସୀ ଓଡିଶା ସରକାରଙ୍କୁ ଭୋଟ୍ ଦେବେ। କୋରାପୁଟ ଜିଲ୍ଲା ପୋଟାଙ୍ଗି ନିର୍ବାଚନ ମଣ୍ଡଳୀ କୋଟିଆ ପୁଞ୍ଜରେ ଓଡ଼ିଶା ପକ୍ଷରୁ 9ଟି ବୁଥ କେନ୍ଦ୍ର ଖୋଲାଯାଇଛି। କୋଟିୟା ପଞ୍ଚାୟତରେ 5502 ଭୋଟର ଅଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନିଜର ଭୁଲ୍ ସ୍ୱିକାର କଲେ ରୋହିତ ପୁଜାରୀ। ସମ୍ବଲପୁରରେ ଥିବା ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ବିକାର କରିବା ସହ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟକୁ ଶିକ୍ଷକ ଦେବାକୁ ପ୍ରତିଶୃତି ଦେଇଛନ୍ତି ରୋହିତ୍। ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଶୃଷ୍ଟି ହୋଇଛି। ୨୫ ବର୍ଷ ସରକାରର ରୂପାନ୍ତରଣକୁ ନେଇ ବିରୋଧୀ ମାନ ପ୍ରଶ୍ନ ଉଠାଉଥିବା ବେଳେ ଏହାକୁ ସ୍ୱିକାର କରିଛନ୍ତି ରୋହିତ୍ । କେବଳ ବିଦ୍ୟାଳୟରେ ଶିକ୍ଷକ ନଥିବା କଥା ସ୍ୱିକାର କରି ନାହାନ୍ତି ବରଂ ବୁର୍ଲା ଭିମସାରରେ ଡାକ୍ତର ନଥିବାକୁ ମଧ୍ୟ ସ୍ୱିକାର କରିଛନ୍ତି। ଆଉ ଏକ ସଭାରେ ପୁରୁଣା ଭୂଲକୁ ସ୍ୱିକାର କରିବା ସହ ପ୍ରତିଶ୍ରୁତି ଅଜାଡି ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: