ଏହା ପରେ ଅପରାହ୍ନରେ କୋଟିଆବାସୀ ଓଡିଶା ସରକାରଙ୍କୁ ଭୋଟ୍ ଦେବେ। କୋରାପୁଟ ଜିଲ୍ଲା ପୋଟାଙ୍ଗି ନିର୍ବାଚନ ମଣ୍ଡଳୀ କୋଟିଆ ପୁଞ୍ଜରେ ଓଡ଼ିଶା ପକ୍ଷରୁ 9ଟି ବୁଥ କେନ୍ଦ୍ର ଖୋଲାଯାଇଛି। କୋଟିୟା ପଞ୍ଚାୟତରେ 5502 ଭୋଟର ଅଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
କୋରାପୁଟ: ଭୋଟ୍ ଦେଉଛନ୍ତି କୋଟିଆବାସୀ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉଭୟ ସ୍ଥାନରେ ଭୋଟ୍ ଦେଉଛନ୍ତି କୋଟିଆବାସୀ। କୋଟିଆ ସଦର ମହକୁମାରେ ଆଦର୍ଶ ବୁଥ କେନ୍ଦ୍ର ଓଡ଼ିଶା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି। ତେବେ କୋଟିଆବାସୀ କିନ୍ତୁ ପ୍ରଥମେ ଆନ୍ଧ୍ର ନେରିଡି ୱାଲ୍ସାରେ ମତଦାନ ସାବ୍ୟସ୍ତ କରିଛନ୍ତି।
ଏହା ପରେ ଅପରାହ୍ନରେ କୋଟିଆବାସୀ ଓଡିଶା ସରକାରଙ୍କୁ ଭୋଟ୍ ଦେବେ। କୋରାପୁଟ ଜିଲ୍ଲା ପୋଟାଙ୍ଗି ନିର୍ବାଚନ ମଣ୍ଡଳୀ କୋଟିଆ ପୁଞ୍ଜରେ ଓଡ଼ିଶା ପକ୍ଷରୁ 9ଟି ବୁଥ କେନ୍ଦ୍ର ଖୋଲାଯାଇଛି। କୋଟିୟା ପଞ୍ଚାୟତରେ 5502 ଭୋଟର ଅଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ର ଡୋମ୍ବିବଲୀରେ ବଡ଼ ଧରଣର ବିସ୍ଫୋରଣ । ଠାଣେ ଜିଲ୍ଲାର ଆମୁଦାନ କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୮ରୁ ଅଧିକ ଆହତ ହୋଇଛନ୍ତି । ଆଜି ଦିନ ପ୍ରାୟ ଗୋଟାଏରେ କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା ।
ପାଖରେ ଥିବା କାର ଶୋ'ରୁମ ସମେତ ୩ଟି ବିଲ୍ଡିଂରେ ମଧ୍ୟ ନିଆଁ ଲାଗି ଯାଇଥିଲା । କାର୍ ଶୋ’ରୁମ୍ରେ ଥିବା ୧୨ରୁ ଅଧିକ ଗାଡ଼ି ପୋଡ଼ି ଯାଇଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା କିଛି ଘରର କାଚ ଝରକା ମଧ୍ୟ ଭାଙ୍ଗି ଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
୧୫ ଟି ଦମକଳ ବାହିନୀ ପ୍ରାୟ ୩ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ । ଏବେବି ଫ୍ୟାକ୍ଟ୍ରୀରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ମାମଲାର ତଦନ୍ତ ଜାରି ରହିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।