ଏହି ଯାତ୍ରାରେ ମୋରକାମ ବଂଶୀୟ ଗଣ୍ଡ ମାନେ ନିଜର ନିଜର ଇଷ୍ଟ ଦେବଙ୍କ ଉଦେଶ୍ୟରେ ୪ ଟି ଅଶ୍ୱ ଉତ୍ସର୍ଗ କରିବା ସହ କୁସୁମି ଗ୍ରାମରେ ପରିକ୍ରମା କରାଇଥିଲେ । ଏକ ବିରାଟ ପଟୁଆରରେ ନିଜର ଦେବା ଦେବୀଙ୍କ ପ୍ରତୀକ ଲାଠି, କୁରଚି ବିମାନ ଧରି ଏକ ବିରାଟ ପଟୁଆରରେ ଯାଇ ବୁଢା ଦେଓଙ୍କ ମନ୍ଦିରରେ ପହଞ୍ଚି ଥିଲେ । ବୁଡ଼ା ଦେଓଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା ବେଳେ ଭକ୍ତ ମାନେ ନିଆଁରେ ଚାଲିଥିଲେ । ଯାହାକି ଏକ ଆଶର୍ଯ୍ୟ ସହ ବୁଢାଦେ ଙ୍କ ବିଶ୍ୱାସ ବୋଲି କହନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଦୀର୍ଘ ୩୦ ବର୍ଷ ପରେ ବୁଡ଼ା ଦେଓଙ୍କ ଏହି ପୂଜା ପାଳିତ ହୋଇଥିବା ଯୋଗୁଁ ବେଶ ଧୁମ ଧାମ ରେ ପାଳନ ହୋଇଛି । ଏହି ଯାତ୍ରାକୁ ଦେଖିବା ପାଇଁ ଛତିଶଗଡ, କଳାହାଣ୍ଡି, ନୂଆପଡା ଆଦି ଅଞ୍ଚଳ ରୁ ମାରଖାମ ବଂଶୀୟ ଗଣ୍ଡ ମାନେ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟକ ଭକ୍ତ ଯୋଗ ଦେଇ ବୁଡ଼ା ଦେଓ ଙ୍କ ଆଶ୍ରିବାଦ କାମନା କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ମାରକାମ ପରିବାର ଏହି ବୁଡ଼ାଦେଓ ଯାତ୍ରାରେ କୁସୁମି ଗାଁ ଠାରେ ଏକାଠି ହୋଇ ବେଶ ଖୁସି ଅନୁଭବ କରିଛନ୍ତି ।