ତତଲା ପବନ ଓ ପ୍ରବଳ ଖରା ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ସେହିପରି ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଜଳୁଛି ସାରା ଓଡିଶା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଦୁଇ ଦିନ ପରେ ୨୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ଣପ୍ରବାହ ରହିବ । ତତଲା ପବନ ସାଙ୍ଗକୁ ତାତି ଅସହ୍ୟ ହେବ । ମଙ୍ଗଳବାର ୧୩ଟି ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା । ଆଜି୧୫ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ଶନିବାର ଓ ରବିବାର ଦିନ ଜଳିବ ସାରା ଓଡିଶା । ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।
ତତଲା ପବନ ଓ ପ୍ରବଳ ଖରା ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ସେହିପରି ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ରାଜଧାନୀରୁ ଜବତ ହେଲା ୭୫ ଲକ୍ଷ ଟଙ୍କା । ୨ଜଣ ବ୍ୟକ୍ତିଙ୍କ ଲଗେଜରୁ ଜବତ ହୋଇଛି ଏହି ଟଙ୍କା । ଲଗେଜ ସ୍କାନିଂ ବେଳେ ଧରା ପଡିଲା ଏହି ଟଙ୍କା । ବିମାନ ବନ୍ଦରରୁ ଜବତ ହୋଇଛି ଏହି ପୁଳପୁଳା ଟଙ୍କା ।
ଜଣେ ଦିଲ୍ଲୀ ଆଉଜଣେ ଚେନ୍ନାଇର ବ୍ୟକ୍ତି ହୋଇଥିବା ଜଣାପଡିଛି । ନିର୍ବାଚନୀ ସମୟରେ ଜବତ ହୋଇଛି ଲକ୍ଷଲକ୍ଷ ଟଙ୍କ । ଜଣେ ପ୍ରତିଷ୍ଠିତ ବ୍ୟବସାୟଙ୍କ ଟଙ୍କା ହୋଇଥିବା ସୁଚନା । ଟଙ୍କା ଜବତ ପରେ ତଦନ୍ତ କରୁଛି ଆୟକର ବିଭାଗ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ। ବିଜେଡିରୁ ଇସ୍ତଫା ଦେଲେ ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା । ସେ ତାଙ୍କର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ସେ କହିଛନ୍ତି, ଦଳରେ ଗଣତନ୍ତ୍ରର ଗରିମା ଆଉ ନାହିଁ । ନବୀନ ପଟ୍ଟନାୟକ ନିଜେ ୨୫ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ପୁଣି ଥରେ ଆଶାବାଦୀ ଅଛନ୍ତି। ଦଳରେ ଅନ୍ୟ ନେତୃତ୍ୱଙ୍କୁ ସୁଯୋଗ ମିଳୁନଥିବା କହିଛନ୍ତି । ଖଗେଶ୍ୱର 2009 ରୁ 2014 ପର୍ଯ୍ୟନ୍ତ ଛେଣ୍ଡିପଦାରୁ ବିଧାୟକ ଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ହାତରେ ଧନୁତୀର,ପିଠିରେ ତୃଣୀର ଆଉ ଦେହରେ ଗୌରିକ ବସ୍ତ୍ର ପରିଧାନ କରି ବନବାସରେ ବାହାରିଛନ୍ତି ପ୍ରଭୁ ରାମଚନ୍ଦ୍ର । ସାଙ୍ଗରେ ଅଛନ୍ତି ଅନୁଜ ଲଷ୍ମଣ ଓ ମାତା ସୀତା । ଖାଲି ପାଦରେ ଘଂଚ ଜଙ୍ଗଲରେ ବୁଲୁଛନ୍ତି ଏମାନେ । ପିତା ଦଶରଥଙ୍କ ଆଦେଶକୁ ପାଳନ ପୁର୍ବକ ଏବେ ବନବାସରେ ଅଛନ୍ତି ଅଯୋଧ୍ୟାପତି। ଆଉ ଜଙ୍ଗଲରେ ବୁଲୁବୁଲୁ ଯେଉଁ ଗାଁରେ ପହଂଚୁଛନ୍ତି ସେଇଠି ପୁଣି ଗ୍ରାମବାସୀମାନେ ଭବ୍ୟ ସ୍ୱାଗତ ସହ ଫଳ ମୂଳ ଆହର କରିବାକୁ ଦେଉଛନ୍ତି । ଏହା ପୁରାଣର କାହଣୀ ହୋଇଥିଲେବି ଏବେ ସତ ସତିକା ବନବାସର ଚିତ୍ର ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ତାଳପଦର ଗାଁର ।
ତାଳପଦର ମାହେଶ୍ୱରୀ ନାଟ୍ୟ ସଂସଦ ପକ୍ଷରୁ ଚାଲିଥିବା ରାମଲୀଳା ନାଟକ ଚଳିତ ବର୍ଷ ୪୨ ବର୍ଷରେ ପହଂଚିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁରେ ଧୁମ ଧାମରେ ଆୟୋଜିତ ହେଉଛି ରାମଲୀଳା । ନିୟମ ଅନୁସାରେ ପ୍ରତି ୧୪ ବର୍ଷ ବ୍ୟବଧାନରେ ନାଟକ ମଂଚ ଛାଡି କଳାକାରମାନେ ଜଂଗଲକୁ ବନବାସ ଯିବାର ପରମ୍ପରା ରହିଛି । ରିତି ଅନୁସାରେ ଚଳିତ ବର୍ଷ ନାଟକର ୧୪ ବର୍ଷ ଥିବାରୁ ଏବେ ବନ ବାସରେ ଅଛନ୍ତି ରାମଚନ୍ଦ୍ର,ଲକ୍ଷ୍ମଣ ଓ ମାତା ସୀତା । ଆଉ ଏହି ସତ ସତିକା ବନବାସର ଦୃଶ୍ୟକୁ ଉପଭୋଗ କରୁଛନ୍ତି ସ୍ଥାନୀୟ ଲୋକେ ।
ଯୁଗ ବଦଳିଛି ଲୋକେ ଡିଜିଟାଲ ଦୁନିଆରେ ପାଦ ଥାପିଛନ୍ତି। ହେଲେ ଆଜିବି ଗ୍ରାମାଂଚଳରେ ରିତିନିତିରେ ଅଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଆସୁଛି ରାମଲୀଳା ନାଟକ । ଏହା ଗାଁରେ ଭାଇଚାରା ଓ ଧର୍ମୀୟ ଭାବନା ସୃଷ୍ଟି କରିବାରେ ସହାୟକ ହେବ ନିଶ୍ଚୟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: