ଉପକୂଳରୁଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ । ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଆଜି ମଧ୍ୟ କିଛି ସ୍ଥାନରେ ଦିନ ତାପମାତ୍ରା ୪୪ ଓ ୪୫ ସମ୍ଭାବନା । ପୁରୀ, ଗୋପାଳପୁର, ପାରାଦୀପରେ ଆଦ୍ରତା ୭୫% ଉପରେ ରେକର୍ଡ। ସାଢ଼େ ୧୧ରେ ୪୧ ଟପିଲା ପାରଦ। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୪ ରେକର୍ଡ। କେନ୍ଦୁଝର ୪୧, ଭୁବନେଶ୍ବର ୪୦.୪, ଝାରସୁଗୁଡ଼ା ୩୯.୮ ଡିଗ୍ରୀ । ହୀରାକୁଦ ଓ ରାଉରକେଲା ୩୯, ସମ୍ବଲପୁର ୩୮.୬ ଡିଗ୍ରୀ ରେକର୍ଡ ହୋଇଛି।
ଉପକୂଳରୁଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ । ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ । ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ବଡ ନେତା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ । ସକାଳେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା କରିବେ ରୋଡ ସୋ'। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ' ରହିଛି। ବିଜେପିର କେନ୍ଦ୍ରୀୟ ନେତାମାନେ ଓଡିଶାକୁ ଫୋକସ କରିଛନ୍ତି । ଗୋଟିଏ ପଟେ ଆଜି ବିଜେପି ନେତା ଅମିତ୍ ଶାହା ଓଡିଶାରେ ନିର୍ବାଚନ ପ୍ରଚାର କରିବା ସହ କଟରେ ରୋଡ ସୋ କରିଛନ୍ତି । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ତାର ଇସ୍ତାହାରରେ ଦେଇଥିବା ସୁଭଦ୍ରା ଯୋଜନା ବାବଦରେ ଦଳର ମହିଳାକର୍ମୀଙ୍କ ସହ ଆଲୋଚନା କରିଛନ୍ତି।
ଏହି କ୍ରମରେ ଜେ.ପି ନଡ୍ଡା କହିଛନ୍ତି କି, ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହାଜର ଟଙ୍କାର କ୍ୟାସ ଭାଉଚର ଦେବେ । ଜଣେ ନାରୀ ସଶକ୍ତ ହେଲେ ପୁରା ପରିବାର ସଶକ୍ତ ହେବ । ଏବେ ମୋଦୀ ସରକାର କହୁଛନ୍ତି ନାରୀ ନେତୃତ୍ୱରେ ସଶକ୍ତ ହେବ। ନାରୀ ମାନଙ୍କ ଦ୍ଵାରା ସଶକ୍ତିକରଣ କରାଯିବ ବୋଲି ମୋଦି କହିଛନ୍ତି।
ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି କେବଳ ଜଣେ ସଶକ୍ତ ହେବ । ଜଣେ ନାରୀ ସଶକ୍ତ ହେଲେ ପୁରା ପରିବାର ସଶକ୍ତ ହେବ । ଏବେ ମୋଦୀ ସରକାର କହୁଛନ୍ତି ନାରୀ ନେତୃତ୍ୱରେ ସଶକ୍ତ ହେବ । ନାରୀ ମାନଙ୍କ ଦ୍ଵାରା ସଶକ୍ତିକରଣ କରାଯିବ ବୋଲି ମୋଦି କହିଛନ୍ତି । ୨୭ ବର୍ଷ ହେଲା ପଡ଼ି ରହିଥିବା ନାରୀ ବନ୍ଦନ ବିଧେୟକକୁ ୩ ଦିନରେ ପାରିତ କଲେ ମୋଦି । ୨୦୨୯ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ସାଂସଦ ଏବଂ ବିଧାୟକ ହେବେ । ୧୨ କୋଟି ଶୌଚାଳୟ ତିଆରି କରି ୧୨ କୋଟି ମହିଳାଙ୍କୁ ଜୀବନ ସାରା ପାଇଁ ସମ୍ମାନ ଦେଲେ ।
ଆଗାମୀ ଦିନରେ ଗ୍ୟାସ ସିଲିଣ୍ଡର ନୁହେଁ, ଗ୍ୟାସ ପାଇପ ଯୋଗ ଘରେ ପହଞ୍ଚିବ । ଜଳ ଜୀବନ ମିଶନ ହର ଘର ନଲ ସେ ଜଳ ଦେଶରେ ୧୧ କୋଟି ଘର ଏବଂ ଓଡ଼ିଶାରେ ୬୬ ଲକ୍ଷ ଘରକୁ ପାଇପ ଯୋଗେ ପାଣି ପହଞ୍ଚାଇଛନ୍ତି ମୋଦି । ଦେଶକୁ ୪ କୋଟି ପକ୍କାଘର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୫ ବର୍ଷରେ ବିଜୁଳି ବିଲ ଶୂନ୍ୟ ହୋଇଯିବ । ପ୍ରତି ଘର ଉପରେ ପ୍ରଧାନମନ୍ତ୍ରୀ ସୌର ଘର ଯୋଜନାରେ ସୋଲାର ପ୍ୟାନେଲ ଲାଗିବ । ବଳକା ବିଜୁଳିକୁ ବିକ୍ରି କରି ରୋଜଗାର କରିପାରିବେ ଘରର ମହିଳା ।
ଶିକ୍ଷା କ୍ଷେତ୍ରରେ ୧୮ ପ୍ରତିଶତ ଝିଅଙ୍କ ଆଡମିଶନ ବଢିଛି । ଆଦିବାସୀ ସମାଜରେ ୩୦ ପ୍ରତିଶତ ଆଡ଼ମିଶନ ବଢିଛି । ମହିଳା ମାନଙ୍କୁ ଗର୍ଭ ଧାରଣ ଠାରୁ ଆରମ୍ଭ କରି ପିଲା ଜନ୍ମ ହେବା ଯାଏଁ ସ୍ବାସ୍ଥ୍ୟ ସହାୟତା ଦେଉଛନ୍ତି ମୋଦି ସରକାର । ଦେଶରେ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ସାମରିକ କ୍ଷେତ୍ରରେ ମଧ୍ୟ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣରେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖଲ୍ଲିକୋଟର ଶ୍ରୀକୃଷ୍ଣ ଶରଣପୁର ପଂଚାୟତରେ ପୋଷ୍ଟର, ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ୨୦ରୁ ଅଧିକ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ଘରୁ ଡାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଚାରିଜଣ ଆହତ ହୋଇଥିଲେ।
ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଯାଇଛି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ପୋଲିସ ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଜିଜିପି କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ। 5ରୁ ଅଧିକ ଦୋକାନ ଜଳି ପୋଡି ପାଉଁଶ। ଏଯାଏ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର