ବର୍ଷା କାରଣରୁ ଲୋକେ ଶାନ୍ତି ଶୋଇପାରିବେ। ସୂଚନାନୁସାରେ, ବର୍ଷା ପରେ ତାତି ପୁଣି ବଢ଼ିପାରେ। ଆହୁରି ଗୋଟେ ସପ୍ତାହ ତାତି ଜାଳିବ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଭୁବନେଶ୍ୱରରରେ ବଦଳିଲା ପାଗ। ଯେଉଁଭଳି ଭାବରେ ତାତି ବଢ଼ିଚାଲିଥିଲା ସେଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ରାଜଧାନୀବାସୀଙ୍କୁ। ରାଜଧାନୀରେ ଘୂର୍ଣ୍ଣିଝଡ ସହ ବହୁଛି ପବନ। କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି। କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି। ତାତି କାରଣରୁ ସକାଳ ସାଢ଼େ ଆଠଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିବାବେଳେ ଆଜି ସନ୍ଧ୍ୟାରେ ଲୋକଙ୍କୁ ଆଶ୍ୱସ୍ତି ମିଳିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ନଜିର ରହିଛି।
ବର୍ଷା କାରଣରୁ ଲୋକେ ଶାନ୍ତି ଶୋଇପାରିବେ। ସୂଚନାନୁସାରେ, ବର୍ଷା ପରେ ତାତି ପୁଣି ବଢ଼ିପାରେ। ଆହୁରି ଗୋଟେ ସପ୍ତାହ ତାତି ଜାଳିବ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବଦଳିଲା ପାଗ । କଟକରେ ପ୍ରବଳ ବର୍ଷା । ଏପଟେ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ ପାଣିପାଗ ଖବର
ଆସନ୍ତାକାଲି ଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ବର୍ଷା କାରଣରୁ ସମଗ୍ର ଓଡ଼ିଶାରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ ଜିଲ୍ଲାକୁ ବର୍ଷା ନେଇ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୫ ଦିନ ପାଇଁ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅର୍ଗସ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାୱାର୍ ଶୋ । ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ନାମାଙ୍କନ ଶୋଭାଯାତ୍ରାରେ ସାମଲ୍ ହୋଇ ପଦ୍ମ ଫୁଲରେ ଭୋଟ ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଏହା ପୂର୍ବରୁ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏଠାରେ ବିଜେପି ପ୍ରତି ଅଭୁତପୂର୍ବ ଜନସମର୍ଥନ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଜନତା ସଙ୍କଳ୍ପବଦ୍ଧ । ଏଥର ଓଡ଼ିଶାରେ ବିଜେପି ନେତୃତ୍ବରେ ମଜବୁତ୍ ସରକାର ହେବା ନେଇ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର