ଅଧିକ ପଢନ୍ତୁ : ଓଡ଼ିଶାରେ ବିଜେପି ହେଭିଓ୍ବେଟଙ୍କ ଧୂଆଁଧାର ପ୍ରଚାର
ଆସନ୍ତା ୨୫ ତାରିଖ ଏଠାରେ ନିର୍ବାଚନ ଥିବା ବେଳେ ଆଜି ଏଠାରେ ପ୍ରଚାର ଶେଷ ଦିନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରଚାର କର୍ମୀ ତଥା ସାଧାରଣ ଜନତାଙ୍କ ମହଲରେ ପ୍ରବଳ ଉତ୍ସାହ ଭରିଦେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି ।
ମୟୁରଭଞ୍ଜ : କରଞ୍ଜିଆ ସରୁବାଲି ଶେଖର କଲୋନୀ ପଡିଆରେ " ବିଜୟ ସଂକଳ୍ପ ସମାବେଶ"ରେ ପୂର୍ବାହ୍ନ ୧୧.୩୫ ମିନିଟ ସମୟରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା । ଭୁବନେଶ୍ୱରରୁ ୧୦.୪୫ ମିନିଟ ସମୟରେ ବାହାରି ହେଲିକପ୍ଟର ଯୋଗେ ସିଧାସଳଖ ସଭାସ୍ଥଳ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ଶ୍ରୀ ନଡ୍ଡା । ଏଠାରେ ବିଜେପି ଦଳର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଏବଂ କରଞ୍ଜିଆ ବିଧାନସଭା ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ପ୍ରଚାର କରିବେ ।ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୦ମିନିଟ ପର୍ଯ୍ୟନ୍ତ ରହି ଜନସଭାକୁ ସମ୍ବୋଧିତ କରିବେ ।
ଅଧିକ ପଢନ୍ତୁ : ଓଡ଼ିଶାରେ ବିଜେପି ହେଭିଓ୍ବେଟଙ୍କ ଧୂଆଁଧାର ପ୍ରଚାର
ଆସନ୍ତା ୨୫ ତାରିଖ ଏଠାରେ ନିର୍ବାଚନ ଥିବା ବେଳେ ଆଜି ଏଠାରେ ପ୍ରଚାର ଶେଷ ଦିନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରଚାର କର୍ମୀ ତଥା ସାଧାରଣ ଜନତାଙ୍କ ମହଲରେ ପ୍ରବଳ ଉତ୍ସାହ ଭରିଦେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି ।
ରାୟଗଡା: ରାୟଗଡା କାଶୀପୁର ବ୍ଲକ ମାନୁଷପଦର ଗାଁରେ ଆଜଣା ରୋଗକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ରୋଗର କାରଣ ଖୋଜିବା ସହ ସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆଇଏମଆରସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ମାନୁଷପଦରରେ ତୁରନ୍ତ ପିଇବା ପାଇଁ ବ୍ୟବସ୍ଥା କରିବା ସହ ଗାଁକୁ ଗାଡ଼ି ଚଳାଚଳା କରିବା ଭଳି ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଗାଁରେ ପହଞ୍ଚି ଶନିବାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ନୂଆ ଆକ୍ରାନ୍ତଙ୍କ ରକ୍ତ ନମୂନା ସଂଗ୍ରହ ସହ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି । ବିଜେପିର କୋରାପୁଟ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ମଧ୍ୟ ମାନୁଷପଦର ଯାଇଥିଲେ।
ଗତ ମାସକ ମଧ୍ୟରେ ମାନୁଷପଦରରେ ଅଜଣା ରୋଗରେ 5 ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ 4 ମୃତକଙ୍କୁ ପରିବାର ଲୋକେ ଡାକ୍ତରଖାନା ନଆଣି ସ୍ଥାନୀୟ ଅଞ୍ଚଳରେ ସଂସ୍କାର କରିଦେଇଥିଲେ। ପଞ୍ଚମ ଆକ୍ରନ୍ତଙ୍କ ମୃତ୍ୟୁପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ତୁରନ୍ତ ତତ୍ପରତା ଦେଖାଇଥିଲେ ରାଜ୍ୟ ସରକାର। ପଞ୍ଚମ ମୃତକଙ୍କ ରକ୍ତ ନମୂନା ପରୀକ୍ଷା ପରେ ମୃତ୍ୟୁର କାରଣ ଶ୍ବାସ ଜନିତ ରୋଗ ଡିପଥେରିଆ ବୋଲି ସ୍ପଷ୍ଟ ହୋଇଛି। ଏବେ ବି 6 ଜଣ ଆକ୍ରାନ୍ତଙ୍କର ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।
ସୁଦ୍ଧ ପିଇବା ପାଣି ଓ ସ୍ବାସ୍ଥ୍ୟସେବା ଅଭାବରୁ କାଶୀପୁର ଅଞ୍ଚଳରେ ବାରମ୍ବାର ଲୋକେ ବିଭିନ୍ନ ସଂକ୍ରମକ ରୋଗରେ ପ୍ରାଣ ହରାଇଛନ୍ତି। 2022 ନଭେମ୍ବରରେ ଏଠାରେ ଝାଡ଼ାବାନ୍ତି ବ୍ୟାପୀ 10ରୁ ଅଧିକ ଲୋକ ପ୍ରାଣ ହାଇଥିଲେ। ତତକାଳୀନ ବିଜେଡି ସରକାର ଏହାପରେ ପିଇବା ପାଣି ସୁବିଧା ଯୋଗାଇବା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସବୁ ପାଲଟିଥିଲା ପାଣିର ଗାର। ଏବେ ନୂଆ ସରକାର ଏ ଅଞ୍ଚଳରେ ମୌଳିସ ସମସ୍ୟା ପହଞ୍ଚାଇବାକୁ ପ୍ରାଥମିକତା ଦେବେ ବୋଲି ଆଶା କରାଯାଉଛି।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ନୂଆ ବିଜେପି ସରକାରକୁ ବଦନାମ କରିବା ପାଇଁ ଷଡଯନ୍ତ୍ର । ସୋସିଆଲ୍ ମିଡ଼ିଆରେ ବିଭିନ୍ନ ଯୋଜନା ବନ୍ଦ ନେଇ ହେଉଥିବା ଗୁଜବ ଉପରେ ବଡ଼ ବୟାନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅର୍ଗସକୁ ଦେଇଥିବା ତାଙ୍କ ପ୍ରଥମ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କୁ ଓ ତାଙ୍କ ସରକାରଙ୍କୁ ବଦନାମ କରିବା ପାଇଁ ହେଉଛି ଚକ୍ରାନ୍ତ । ଏହାର ତଦନ୍ତ ହେବ ।
ସେହିଭଳି ଗୋଟିଏ ବିଭାଗରେ ଦୀର୍ଘବର୍ଷ ଧରି ରହୁଥିବା ବାବୁମାନଙ୍କ କାର୍ଯ୍ୟକଳାପର ସମୀକ୍ଷା ହେବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ବିଭାଗରେ ଲମ୍ବା ସମୟ ଧରି ରହିଥିବା ବାବୁମାନଙ୍କୁ ନେଇ ପ୍ରଶ୍ନ ଉଠୁଛି । ଆଇଏଏସ ଅଫିସର ଜି. ମାଥିଭାଥନନ ନଗର ଉନ୍ନୟନ ବିଭାଗରେ 10 ବର୍ଷ ଏବଂ ସଂସଦୀୟ ବ୍ୟାପାର ବିଭାଗରେ 13 ବର୍ଷ ହେଲା ପ୍ରମୁଖ ସଚିବ ଦାୟିତ୍ବରେ ରହିଲେଣି । ସେମିତି ଆଇଏଏସ ରୂପା ରୋଶନ ସାହୁ 2015ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ତାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ 2018ରୁ ଅବସ୍ଥାପିତ ହୋଇଛନ୍ତି ଆଇଏଏସ ଆର. ଭିନିଲକ୍ରିଷ୍ଣା । ଏହାସହ କ୍ରୀଡା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଏହି ଅଧିକାରୀ । କେବଳ ଆଇଏଏସ ନୁହେଁ, ଏମିତି ଭାବେ ଦୀର୍ଘ ବର୍ଷ ଧରି ଗୋଟିଏ ପଦବୀକୁ ମାଡି ବସିଥିଲେ କିଛି ଆଇପିଏସ ଅଫିସର । ଯେମିତି ଅତିରିକ୍ତ ପୋଲିସ ଡିଜି ଡି.ଏସ୍ କୁଟ୍ଟେ । ଦୀର୍ଘ ୧୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ସଚିବ ଭାବେ ଦାୟିତ୍ଵରେ ଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅନୁଗୋଳ: ଗତକାଲି ଅନଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ କାଳବୈଶାଖୀ ହୋଇଥିଲା । ଦୀର୍ଘ 3 ଘଣ୍ଟାରୁ ଉର୍ଦ୍ଧ୍ୱ ପ୍ରବଳ ବେଗରେ ପବନ ବହିବା ଶହ ଘଡ ଘଡି ବର୍ଷା ହୋଇଥିଲା । ଏହାର ପ୍ରଭାବରେ ଈଶ୍ୱରନଗର ପଞ୍ଚାୟତର ଗୋଡ଼ାପଦା, ସମଳ, ରୟା, ଈଶ୍ୱରନଗର ଗ୍ରାମରେ ପାଖାପାଖି 15 ଟି ଘରର ଛପର ଉଡି ଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି ।
ଫଳରେ 12 ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ବିଜୁଳି ସରବାହ ବନ୍ଦ ରହିଛି । ଅନ୍ୟପଟେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...