ତେବେ ମୃତକ ହେଉଛନ୍ତି। କେନ୍ଦ୍ରାପଡା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ ଜହ୍ନିମୂଳ ଗାଁର ୱାର୍ଡ ସଭ୍ୟ ୨୬ ବର୍ଷୀୟ ରବୀନ୍ଦ୍ର ବାରିକ ଓରଫ କାଳିଆ ଓ ତାଙ୍କ ୫୦ ବର୍ଷୀୟା ମା ଶଶୀରେଖା ବାରିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରାପଡା: ବଜ୍ରପାତରେ ମା ପୁଅ ମୃତ। ସୂଚନାନୁଯାୟୀ, କାଳବୈଶାଖୀ ଯୋଗୁ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାରେ ସାମାନ୍ୟ ଝଡବର୍ଷା ହୋଇଥିବା ବେଳେ ବିଲରେ ମୁଗ ଉପାଡୁଥିଲେ ମା ଓ ପୁଅ। ସେହିସମୟରେ ବଜ୍ରପାତରେ ଘଟି ଚାଲି ଯାଇଛି ଉଭୟଙ୍କ ଜୀବନ।
ତେବେ ମୃତକ ହେଉଛନ୍ତି। କେନ୍ଦ୍ରାପଡା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ ଜହ୍ନିମୂଳ ଗାଁର ୱାର୍ଡ ସଭ୍ୟ ୨୬ ବର୍ଷୀୟ ରବୀନ୍ଦ୍ର ବାରିକ ଓରଫ କାଳିଆ ଓ ତାଙ୍କ ୫୦ ବର୍ଷୀୟା ମା ଶଶୀରେଖା ବାରିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ନବରଙ୍ଗପୁର ଲୋକସଭାର ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମାଝୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମିଛ ଅଡିଓ ଦେଖାଇ ଲୋକଙ୍କୁ ଭଡକାଇଲେ । ଆଦିବାସୀମାନଙ୍କୁ ଧମକ ଦେଲେ ପ୍ରଦୀପ ମାଝୀ । ବିଜେପି ସରକାରକୁ ଆସିଲେ ବିଭିନ୍ନ ଯୋଜନା ବନ୍ଦ ହୋଇଯିବ ବୋଲି ପ୍ରଦୀପ ମାଝୀ ଲୋକଙ୍କୁ କହି ଭଡକାଇଲେ । କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ନିଆଁ ଲଗା ନେତାଙ୍କୁ ଶାସକ ଦଳ ପ୍ରାର୍ଥୀ କରିଛି । ଇସିଆଇଙ୍କ ପାଖରେ ଅଭିଯୋଗ ପରେ ପ୍ରଦୀପ ମାଝୀ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରୁନାହିଁ ବିଜେପି ।
କାରଣ ନିରୀହ ଆଦିବାସୀମାନଙ୍କୁ ମିଛ କହି ଭଡକାଇଛନ୍ତି ପ୍ରଦୀପ ମାଝୀ । ସମାଜକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରିଛନ୍ତି ପ୍ରଦୀପ ମାଝୀ । ଯାହା ଏକ ଅପରାଧ । ଏଭଳି କରିବା ପାଇଁ ବିଜେଡ଼ି ନେତା ପାଣ୍ଡିଆନଙ୍କ ପ୍ରଚ୍ଛଦ ହାତ ଅଛି ବୋଲି ଅଭିଯୋଗ କରିଛି ବିଜେପି । ତେଣୁ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେପି । ନିର୍ବାଚନ ପ୍ରଚାରରୁ ପାଣ୍ଡିଆନଙ୍କୁ ବାହାର କରାଯାଉ ବୋଲି ବିଜେପି ଦାବି କରିଛି ।
ବିଜେଡ଼ି ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ନିର୍ବାଚନ ଜିତିବା ପାଇଁ ସରକାରୀ କଳ, ବଳ ବ୍ୟବହାର କରୁଛି ବିଜେଡ଼ି । ଯାହା ବିରୋଧରେ 104ଟି ଅଭିଯୋଗ ପତ୍ର ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । 17 ଜଣ ସରକାରୀ କର୍ମଚାରୀ ନିଲମ୍ବନ ଅଥବା ବହିଷ୍କାର କରାଯାଇଛି । ଆଇଏଏସ, ଆଇପିଏସ, ଓପିଏସ ଏବଂ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ବଦଳି କରାଯାଇଛି । ମିଶନ ଶକ୍ତି ମୁଖ୍ୟ ଅର୍ଥାତ ସଚିବଙ୍କ ଉପରେ ମଧ୍ୟ ଇସିଆଇ ଆକ୍ସନ ନେଇଛନ୍ତି । ହେଲେ କିଛି ଅଧିକାରୀଙ୍କୁ ନେଇ ଅଭିଯୋଗ ପରେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ କାର୍ଯ୍ୟରେ ରଖିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: କିଛି ଲୋକଙ୍କର ଶୀତ ଦିନ ହେଉକି ଖରା ଦନ ସବୁ ବେଳେ ମୁହଁ ଶୁଖୁଲା ଦେଖାଯାଇଥାଏ । ଏହାକୁ ନେଇ ଅନେକ ଜଣ ଟେନସନରେ ମଧ୍ୟ ରୁହନ୍ତି । ଆଉ କିଛି ଲୋକତ ଲସୋନ ଲଗେଇବା ପରେ ମଧ୍ୟ ମୁହଁ ଶୁଖିଲା ଦେଖାଯାଇଥାଏ । ତେବେ ଏହି ସବୁ ସମାସ୍ୟାକୁ ଦୂର କରିବା ପାଇଁ କ'ଣ ବ୍ୟବହାର କରିବେ ଜାଣନ୍ତୁ ।
:-ଆପଣ ସୂର୍ଯ୍ୟମୁଖୀ ଫୁଲ ମଂଜିର ତେଲକୁ ବ୍ୟବହାର କରିପାରିବେ । କୁହାଯାଏକି ଏହି ତେଲ ଆପଣଙ୍କ ସ୍କିନକୁ ହାଇଡ୍ରେଟ ରଖେ ।
:-ଗାଧୋଇବା ପରେ ପ୍ରତିଦିନ ପୁରା ଶରୀରରେ ନଡିଆ ତେଲ ଲଗାନ୍ତୁ ଆପଣଙ୍କ ସ୍କିନ ସଫ୍ଟ ରହିବ ବହୁତ ସମୟ ପର୍ଯ୍ୟନ୍ତ ।
:-ପ୍ରତିଦିନ ଗାଧୋଇବା ପୂବରୁ ଅଟ୍ସକୁ ପାଉଡର କରି ମୁହଁରେ ଲଗାନ୍ତୁ ଏହାର ବହୁତ ଫାଇଦୀ ମିଳିଥାଏ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର
:-କ୍ଷୀରରେ ଥିବା ସରକୁ ସ୍କିନରେ ଲଗାନ୍ତୁ ଆପଣଙ୍କ ସ୍କିନ ସଫ୍ଟ ରହିବ ବହୁତ ସମୟ ପର୍ଯ୍ୟନ୍ତ ।
:-ଯଦି ଆପଣଙ୍କର ଡ୍ରାଏ ସ୍କିନ ତେବେ ଆପଣ ଆଲୋଭେରା ଜେଲ ପ୍ରତିଦିନ ଲଗାନ୍ତୁ । ଆପଣଙ୍କ ସ୍କିନ ସୁସ୍ଥ ରହିବ ।ଖାଲି ସେତିକି ନୁହଁ ଡ୍ରାଏ ସ୍କିନ ପାଇଁ ମହୁ ମଧ୍ୟ ବହୁତ ଭଲ ହେଇଥାଏ ।
ଅର୍ଗସ ବ୍ୟୁରୋ: ଚାକିରି ପାଇଁ ଆଗାମୀ ସମୟ ବହୁତ ଭଲ ହେବାକୁ ଯାଉଛି। ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ଆପଲ୍ ଭାରତରେ ଲକ୍ଷ ଲକ୍ଷ ଚାକିରି ଯୋଗାଇବାକୁ ଘୋଷଣା କରିଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ ମାର୍କେଟ କ୍ୟାପ୍ ଦୃଷ୍ଟିରୁ ବିଶ୍ୱର ସର୍ବବୃହତ କମ୍ପାନୀ ଆପଲ୍ ଏହାର ବ୍ୟବସାୟକୁ ଚୀନ୍ ଠାରୁ ଭାରତକୁ ଆଣିଛି ଏବଂ ଏଠାରେ ଏହାର ବ୍ୟବସାୟ ବିସ୍ତାର କରିବାକୁ ଧ୍ୟାନ ଦେଉଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଏହାର ଉତ୍ପାଦନକୁ 4 ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛି।
ଆଇଫୋନ୍ ପରି ପ୍ରିମିୟମ୍ ମୋବାଇଲ୍ ଫୋନ୍ ତିଆରି କରୁଥିବା କମ୍ପାନୀ ଆପଲ୍ ଭାରତରେ 5 ଲକ୍ଷ ଚାକିରି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି। ଆସନ୍ତା 3 ବର୍ଷ ମଧ୍ୟରେ ଭାରତରେ ଏହାର ବ୍ୟବସାୟ ବିସ୍ତାର ଉପରେ ଗୁରୁତ୍ୱ ଦିଆଯିବ ବୋଲି କମ୍ପାନୀ କହିଛି। ଏଥିପାଇଁ ଏହା ଏହାର ବିକ୍ରେତାଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ନିଯୁକ୍ତି ମଧ୍ୟ ଦେବ। ସମ୍ପ୍ରତି ପ୍ରାୟ 1.5 ଲକ୍ଷ ଲୋକ ଆପଲର ବିକ୍ରେତା ଏବଂ ଯୋଗାଣକାରୀଙ୍କ ସହିତ କାମ କରନ୍ତି।
40 ବିଲିୟନ ଡଲାରର ଉତ୍ପାଦନ ହେବ
ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆପଲ ଦେଶରେ ନିଯୁକ୍ତି ବୃଦ୍ଧି ପାଉଛି। କମ୍ପାନୀ ଦେଶରେ ଏହାର ବ୍ୟବସାୟ ବିସ୍ତାର କରୁଛି। ଏହାର ଲକ୍ଷ୍ୟ ହେଉଛି 4 ରୁ 5 ବର୍ଷ ମଧ୍ୟରେ କମ୍ପାନୀର ଉତ୍ପାଦନକୁ 4 ଗୁଣ ପ୍ରାୟ 40 ବିଲିୟନ ଡ଼ଲାର (3.25 ଲକ୍ଷ କୋଟି) କୁ ବୃଦ୍ଧି କରିବ। କମ୍ପାନୀ ନିକଟରେ ବାଙ୍ଗାଲୋରରେ ଏକ କାର୍ଯ୍ୟାଳୟ ମଧ୍ୟ ଖୋଲିଛି ଯେଉଁଥିରେ 1200 କର୍ମଚାରୀ କାମ କରନ୍ତି।
ଭାରତ ପ୍ରଥମ ଥର ପାଇଁ ଶୀର୍ଷରେ
ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ 2023 ମସିହାରେ ପ୍ରଥମ ଥର ପାଇଁ ଆୟ ଆପଲ ଭାରତୀୟ ବଜାରରେ ଶୀର୍ଷରେ ପହଞ୍ଚିଛି। କମ୍ପାନୀ ଦାବି କରିଛି ଯେ ଏହା ପ୍ରଥମ ଥର ପାଇଁ 1 କୋଟି ମୋବାଇଲ ବିକ୍ରି କରିଛି ଏବଂ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରୋଜଗାରର ରେକର୍ଡ ମଧ୍ୟ କରିଛି। ଭାରତରୁ ଆଇଫୋନ୍ ରପ୍ତାନି ମଧ୍ୟ ବୃଦ୍ଧି ପାଉଛି। 2022-23 ରେ ରପ୍ତାନି ମୂଲ୍ୟ 6.27 ବିଲିୟନ ଡ଼ଲାର ହୋଇଥିବାବେଳେ 2023-24 ରେ ଏହା 12.1 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି, ଯାହା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି।
TCS CEO କ୍ରିତିଭାସନଙ୍କ ଦରମା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ
ଟାଟା ସହିତ ସହଭାଗିତା କଲା ଆପଲ
ଭାରତରେ ଏହାର ଉତ୍ପାଦନକୁ ମଜବୁତ କରିବା ପାଇଁ ଆପଲ୍ ଟାଟା ସହିତ ହାତ ମିଶାଇଛି। କମ୍ପାନୀ ମଧ୍ୟ ଏହାର ବ୍ୟବସାୟକୁ ଚାଇନାରୁ ଏକତ୍ର କରି ଭାରତକୁ ଆଣିବା ଆରମ୍ଭ କରିଛି। ଆଜ୍ଞା ହଁ, ଆସନ୍ତା ବର୍ଷରେ ଆପଲ୍ ର ଅଧିକାଂଶ ଉତ୍ପାଦନ ଭାରତରେ କରାଯିବ ଏବଂ ଉତ୍ପାଦ ରପ୍ତାନି ମାଧ୍ୟମରେ ସାରା ବିଶ୍ୱକୁ ପଠାଯିବ। ଏଥିପାଇଁ ୫ଲକ୍ଷ ଯୋଗ୍ୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ।