ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ବିଜେପି ସପକ୍ଷରେ ଯାଇପାରେ ୧୧ରୁ ୧୩ଟି ଆସନ । ସେହିପରି ୭ରୁ ୯ଟି ଆସନ ମଧ୍ୟରେ ସୀମିତ ରହିପାରେ ଶାସକ ଦଳର ଲୋକସଭା ଆସନ ସଂଖ୍ୟା । ଆଉ କଂଗ୍ରେସକୁ ଓଡ଼ିଶାରେ ଗୋଟିଏରୁ ଦୁଇଟି ଆସନ ମିଳିପାରେ ବୋଲି କହିଛି ଲୋକ ପୋଲ ସର୍ଭେ । କେବଳ ଲୋକ ପୋଲ ନୁହେଁ ଓଡ଼ିଶାକୁ ନେଇ ପୂର୍ବରୁ ଆସିଥିବା ସବୁ ଜନମତ ସର୍ଭେରେ ରାଜ୍ୟରେ ମୋଦି ଲହର ଜୋରଦାର ଥିବା ନେଇ ଆସିଛି ରିପୋର୍ଟ । ଏବିପି ସି ଭୋଟର ସର୍ଭେରେ ବି ଓଡ଼ିଶାରେ ବିଜେପିର ବଡ଼ ବିଜୟ ନେଇ କରାଯାଇଛି ଆକଳନ। ।
ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ ୧୩ ଲୋକସଭା ଆସନ । ମାତ୍ର ୭ଟିରେ ସୀମିତ ରହିବ ବିଜେଡି, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ସିଟ୍ । ସେହିପରି ଟିଭି-୯ ଭାରତବର୍ଷ ଓପିନିଅନ୍ ପୋଲ୍ ବି କରିଛି ପୂର୍ବାନୁମାନ ଓଡ଼ିଶାରେ ବିଜେପି ହେବ ନମ୍ବର ୱାନ୍ । TV-9 ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଜେପି ଜିତିବ ୧୪ଟି ଲୋକସଭା ସିଟ୍ ଓ ବିଜେଡି ଖାତାକୁ ଯିବ ମାତ୍ର ୬ଟି ଆସନ । ଗୋଟିଏରେ ବିଜୟୀ ହୋଇପାରେ କଂଗ୍ରେସ । ନ୍ୟୁଜ୍ ଏକ୍ସର ଓପିନିୟନ୍ ପୋଲରେ ବି ବିଜେପି ୧୪ଟି ଓ ବିଜେଡି ୭ଟି ଆସନରେ ଜିତିବା ନେଇ କରାଯାଇଛି ପୂର୍ବାନୁମାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସପ୍ତାହକ ତଳେ ବିଶିଷ୍ଟ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର କହିଥିଲେ, ଓଡିଶାରେ ବିଜେପି ହେବ ନମ୍ବର ୧ ଦଳ । ପୂର୍ବରୁ ୧ କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ ୫୪.୯୦ ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରାଯାଇଥିବା ବେଳେ ବିଜେଡିର ଭୋଟ ହାର ୧୯.୩୫ ଖସିଆସିପାରେ ବୋଲି ଆକଳନ କରାଥିଲା । ଓପିନିୟନ ପୋଲ ଅନୁସାରେ ବିଜେପିକୁ ୨୦ ଓ ବିଜେଡିକୁ ମିଳିପାରେ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା । ଏ ତମାମ ସର୍ଭେ ରିପୋର୍ଟକୁ ଦେଖିଲେ କୁହାଯାଇପାରେ ଏଥର ଓଡ଼ିଶାରୁ ବିଜେଡିକୁ ଧୋଇ ଦେବ ମୋଦି ସୁନାମି ?