ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗାଁକୁ ଡ୍ରେନେଜ ଏବଂ ରାସ୍ତା ପାଇଁ ରାଜ ରାସ୍ତାରେ ନିଆରା ପ୍ରତିବାଦ । ୨୫ ବର୍ଷ ସ୍ଥାୟୀ ଶାସନ ବନାମ ମିଛ ପ୍ରତାରଣା କେବଳ ହୋଡ଼ିଙ୍ଗ ବ୍ୟାନରେ ସୀମିତ । ରାୟଗଡା ଜିଲ୍ଲା ପେଣ୍ଟl ପଞ୍ଚlୟତ ଜିଞ୍ଜଲି ବାଡ଼ି ଅଞ୍ଚଳ । ଅନେକଥର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଲିଖିତ ସୂଚନା ଦେବା ପରେ ମଧ୍ୟ ଫଳ ସୁନ, ଶେଷରେ ଗାଁର ମହିଳା ଏବଂ ଯୁବକ ମାନେ ମିଳିତ ହୋଇ ଏପରି ପନ୍ଥା ଅପଣେଇଛନ୍ତି । ରାଜ ରାସ୍ତା ଅବରୋଧ ନକରି ଯିବା ଆସିବା ଗାଡି ଚାଳକଙ୍କୁ ଅଟକାଇବା ସହିତ ହାତରେ ଫ୍ଲାଗ କାର୍ଡ ଏବଂ ଥାଳି ଥରି ଭିକ୍ଷା ମାଗି ନିଆରା ପ୍ରତିବାଦ କରୁଛନ୍ତି । ଏବଂ ରାଜ୍ୟ ସରକାରଙ୍କ ବିନା ସହଯୋଗରେ ଭିକ୍ଷା ମାଗି ରାସ୍ତା ନିର୍ମାଣ ପାଇଁ ଏହି ପ୍ରତିବାଦ ମାଧ୍ୟମରେ ସୁଚାଇଉଛନ୍ତି ଅଞ୍ଚଳବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ୫ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ୫ ସ୍ଥାନରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ବଦଳିଲେ ପ୍ରାର୍ଥୀ। ଜଳେଶ୍ଵରରୁ ପ୍ରାର୍ଥୀ ହେଲେ ସୁଦର୍ଶନ ଦାସ, ବରୀରେ ଦେବାଶିଷ ନାୟକଙ୍କୁ ଟିକେଟ୍ ଦେଲା କଂଗ୍ରେସ, ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ୍। ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ, ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପୁଣି ବୋରିଗୁମ୍ମାରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ। ଆଦିବାସୀ ଅଞ୍ଚଳରେ ମଦ ବିକ୍ରିକୁ ବିରୋଧ କରିଛନ୍ତି ଶହ ଶହ ଆଦିବାସୀ ମହିଳା।ଏମିତି କି ବେଆଇନ ଭାବେ ମଦ ବିକ୍ରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ ବି କରିଛନ୍ତି ଏମାନେ। ଆଉ ଗାଁରେ ମଦବିକ୍ରି ବନ୍ଦ କରିବା ନେଇ ଶହ ଶହ ମହିଳା ଓ ପୁରୁଷ ରାଲି କରି ଜନ ସଚେତ କରାଇଛନ୍ତି।ଏଭଳି ଦୃଶ ସାମ୍ନା କୁ ଆସିଛି ବୋରିଗୁମ୍ମା ବ୍ଲକର ବଡ଼ ଦୁବୁଲି ଗାଁରୁ। ଦିନକୁ ଦିନ ଦେଶୀ ମଦ ବିପୁଳ ପରିମାଣରେ ବିକ୍ରି ହେଉଛି ଫଳରେ ଯୁବକ ମାନେ ମଦ ପିଇ ନାନା କୁକର୍ମ ରେ ଲିପ୍ତ ରହୁଛନ୍ତି।ମହିଳା ମାନେ ଦିନ ମଜୁରିଆ ଭାବେ କାଜୁ ମିଲ ରେ କାମ କରି ଦୁଇ ପଇସା ରୋଜଗାର କରି ଆଣିଲେ ପୁରୁଷ ମାନେ ସ୍ତ୍ରୀ କୁ ମାରଧାର କରି ଟଙ୍କା ଛଡାଇ ନେଇ ମଦ ପିଉଛନ୍ତି।
ଏମିତିକି ସରକାର ପକ୍ଷରୁ ମିଳୁଥିବା ଚାଉଳକୁ ବିକ୍ରି କରି ମଦ ପିଉଛନ୍ତି। ଅଳ୍ପ ବୟସରେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଆଉ ମୃତ୍ୟୁ ମୁଖରେ ପଡୁଛନ୍ତି ଫଳରେ ଅନେକ ମହିଳା ଅଳ୍ପ ବୟସର ବିଧବା ସାଜୁଛନ୍ତି।ଗାଁ ରେ ସବୁବେଳେ ଘରେ ଘରେ ମଦକୁ ନେଇ ଅଶାନ୍ତି ବଢୁଛି।ଏଥି ପାଇଁ ମଦ ବିକ୍ରି ବନ୍ଦ ପାଇଁ ମହିଳା ମାନେ ଏକତ୍ରିତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: