ଆଦିବାସୀ ପିଲାଙ୍କୁ ଧୋକା ଦେଇଛି ବିଜେଡି । ପ୍ରଥମେ ଟିକଟ ଆଶା ଦେଖାଇ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ ଦଳକୁ ଆଣିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଟିକଟ ନଦେଇ ୧ କୋଟି ଟଙ୍କା ସହିତ ବଡ଼ ପଦବୀ ବି ଯାଚିଥିଲା । ହେଲେ କୈଳାସ ନଛୋଡବନ୍ଧା ଥିଲେ...ସେଇଥି ଲାଗି ତ ପଦବୀ ନେଲେନି କି ପଇସା ବି ନେଲେନି । ସ୍ଵାଭିମାନର ସହ ବଞ୍ଚିଲେ, ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଟିକଟ ବି ପାଇଲେ ।
ଶଙ୍ଖ ଦଳରେ ଏବେ କିଛି ଠିକ୍ଠାକ ନାହିଁ । କାରଣ ଆମଦାନୀ ନେତା ଏତେ ମାତ୍ରାରେ ବଢିଲେଣି ଯେ କାହାକୁ ଟିକଟ ଦେବେ କାହାର କାଟିବେ ସେନେଇ ବଡ଼ କନଫ୍ୟୁଜନରେ ଅଛନ୍ତି ନେତା । କିନ୍ତୁ ଏହାରି ଭିତରେ ଅନେକ ନେତା ଟିକଟ ପାଇଲେନି । ହେଲେ ପଇସା ଦେଇ ପ୍ରଭୁ ଜାନି ଟିକେଟ ନେଇଥିବା କୁଲେସିକା କହିବା ପରେ ତାହାକୁ ନେଇ ବଢିଲାଣି ଚର୍ଚ୍ଚା । କେବଳ ଏତିକି ନୁହେଁ ବରଂ ସେ ଆହୁରି କହିଛନ୍ତି, ୫/୬ କୋଟି ଟଙ୍କାରେ ପ୍ରଭୁ ଜାନି ଟିକେଟ୍ ଡିଲ୍ କରିଛନ୍ତି। ମୋତେ କୋଟିଏ ଟଙ୍କା ସହ ପଦବୀ ଯାଚୁଥିଲେ, ମୋତେ ବାଧିଲା । ମୁଁ ଆଦିବାସୀ ପିଲା, ମୋତେ ଟଙ୍କା ଦେଇ କିଣିବାକୁ ଚେଷ୍ଟା କଲେ। ଟିକେଟ ପ୍ରତିଶ୍ରୁତିରେ ବିଜେଡି ଆସିଥିଲି, ମୋତେ ଧୋକା ଦେଲେ। ଗତ ନିର୍ବାଚନରେ ଅନିୟମିତତା କରି ୨୨୯ ଭୋଟରେ ହରାଇଲେ। ମୁଁ ନିର୍ବାଚନ ନେଇ ମାମଲା ଦାୟର କରିଥିଲି। ମୋତେ କହି ମାମଲା ପ୍ରତ୍ୟାହାର କରାଇଲେ, ନହେଲେ ମୁଁ ଜିତିଥାନ୍ତି ...
ଗୁରୁତ୍ଵପୂର୍ଣ୍ଣ କଥା ହେଲା କୁଲେସିକାଙ୍କୁ ବିଜେପି ଟିକଟ ଦେବା ପରେ ସେ ଦମ୍ଭୋକ୍ତି ଦେଖାଇଛନ୍ତି । କହିଛନ୍ତି, ଲକ୍ଷ୍ମୀପୁରରେ ପୂର୍ବରୁ ଯାହା କେବେ ହୋଇନଥିଲା ଏଥର ସେଇୟା ହିଁ ହେବ । ଅର୍ଥାତ୍ ବିଜେପି ସେଇଠାରେ ହିଁ ଜିତିବ । ତେବେ କୈଳାସଙ୍କ କଥାକୁ ନେଇ ଏବେ କିନ୍ତୁ ଚର୍ଚ୍ଚା ଜୋର ।