ସିଏସକେର ମଥିଶା ପଥିରାନା ୪ଟି ଓ୍ୱିକେଟ ମ୍ୟାଚ୍ରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଏଥି ସହିତ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରି ଚେନ୍ନାଇ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ୧୦୫ ରନ୍ ସତ୍ତ୍ବେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆରେ ଚେନ୍ନାଇ ସୁପର୍ କିଙ୍ଗ୍ସଠାରୁ ହାରିଯାଇଛି। ମହେନ୍ଦ୍ର ସିଂହ ଧୋନି ଶେଷ ୪ ବଲ୍ରୁ ଆଦାୟ କରିଥିବା ୨୦ ରନ୍ ଶେଷରେ ଫଳାଫଳରେ ଫରକ ପକାଇଛି। ଚେନ୍ନାଇ ସୁପର୍ କିଙ୍ଗ୍ସର ୨୦୬ ରନ୍ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୬ ରନ୍ରେ ସୀମିତ ରହିଯାଇଥିଲା। ପାଳି ଆରମ୍ଭ କରି ବିଦାୟୀ ଅଧିନାୟକ ରୋହିତ ଶର୍ମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ସହଯୋଗ ମିଳିନଥିଲା।
ସିଏସକେର ମଥିଶା ପଥିରାନା ୪ଟି ଓ୍ୱିକେଟ ମ୍ୟାଚ୍ରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଏଥି ସହିତ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରି ଚେନ୍ନାଇ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର । ଭୁବନେଶ୍ବରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପର ସାମ୍ବାଦିକ ସମ୍ମିଳନୀ କରିବେ । ସେହିପରି ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସୁଥିବା ସୂଚନା ରହିଛି । ଭୁବନେଶ୍ବରରେ ନଡ୍ଡାଙ୍କର ରହିଛି ଦଳୀୟ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ : ୫ରେ ପୁଣି ଓଡିଶା ଆସୁଛନ୍ତି ଜେପି ନଡ୍ଡା
ଆଗକୁ ନିର୍ବାଚନ ଥିବାବେଳେ କେନ୍ଦ୍ରୀୟ ନେତାଙ୍କ ତୋଫାନୀ ଓଡିଶା ଗସ୍ତ ଦେଖିବାକୁ ମିଳିଛି । ପ୍ରଥମେ ଅମିତ ଶାହ, ପରେ ଜେପି ନଡ୍ଡା , ପୁଣି ଏସ ଜୟଶଙ୍କର ଓ ପୁଣି ନଡ୍ଡା ଆସୁଥିବା ସୂଚନା ରହିଛି । ଓଡିଶାରେ ନିର୍ବାଚନର ରଣକ୍ଷେତ୍ରକୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ଆଗମନ ଓଡିଶାର ମାହୋଲକୁ ଆଙୁରି ସରଗରମ କରିଛି ।
ଅର୍ଗସ ବ୍ୟୁରୋ : 14ରେ ବାରାଣସୀ ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଆସନ୍ତା 13 ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି । ବାରାଣସୀରେ ଲୋକସଭା ଆସନରେ ଜୁନ 1ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ।
ଅଧିକ ପଢନ୍ତୁ : ଆଜି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
2014ରେ ପ୍ରଥମ ଥର ପାଇଁ ମୋଦି ବାରାଣସୀ ଆସନରୁ ନିର୍ବାଚନ ଲଢ଼ିଥିଲେ ।
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।