ଅଧିକ ପଢନ୍ତୁ କ୍ରୀଡା ଖବର
ଅର୍ଗସ ବ୍ୟୁରୋ: ଟି-ଟ୍ବେଣ୍ଟି କ୍ରିକେଟ୍ ୱାର୍ଲଡ କପରେ ପାକିସ୍ତାନ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ ।ପାକିସ୍ତାନକୁ ୬ ରନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ 120 ଟାର୍ଗେଟ୍ ପିଚ୍ଛା କରି 113ରେ ମାଟି କାମୁଡ଼ିଲା ପାକିସ୍ତାନ । ଏଥିସହ ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷରେ ରହିଛି ରୋହିତ ବାହିନୀ । ରବିବାର ମ୍ୟାଚ୍ ଥିଲା ଅତି ରୋମାଞ୍ଚପୂର୍ଣ୍ଣ । କ୍ରିକେଟ ପ୍ରେମୀ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁଭଳି ଲଢ଼େଇ ଦେଖିବାକୁ ଚାହାଁନ୍ତି ତାହା ପୁଣି ଥରେ ଦେଖିଥିଲେ ।
ଅଧିକ ପଢନ୍ତୁ କ୍ରୀଡା ଖବର
ଭୁବନେଶ୍ୱର: ଆଗାମୀ ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଓ ନୟାଗଡ଼କୁ ୟେଲୋ ଜୋନରେ ରଖିଥିବାରୁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩୧ ଯାଏଁ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବାର ପୂର୍ବାନୁମାନ କରାଯାଉଥିବାରୁ ମତ୍ସ୍ୟଜୀବୀଙ୍କୁ ବି ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର