ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ଓ୍ବେଭ୍ ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୫ ଦିନ ମଧ୍ୟରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଆସନ୍ତା କାଲି ସିଭିୟର ହିଟ୍ଓ୍ବେଭ୍ ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୨୬ ତାରିଖରେ ପୁଣି ବଢିବ ତାପମାତ୍ରା। ସଭିୟର ହିଟ୍ଓ୍ବେଭ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୭ ଏବଂ ୨୮ ତାରିଖରେ ରାଜ୍ୟରେ ସର୍ବାଧିକ ହିଟ୍ଓ୍ବେଭ ସ୍ଥିତି ଉପୁଜିବ। ସିଭିୟର ହିଟ୍ଓ୍ବେଭ୍ ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ବୌଦ୍ଧ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଆଲର୍ଟରେ ଡବଲ ପ୍ଳସ୍ ମାର୍କିଂ କରାଯାଇଛି।
ଏହି ସବୁ ଜିଲ୍ଲାରେ ୪୫ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ସେହିଭଳି ବାକି ୧୯ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ସିଙ୍ଗଲ୍ ପ୍ଳସ୍ ମାର୍କ ଜାରି କରାଯାଇଛି। ଏହି ସ ବୁ ଜିଲ୍ଲା ଗୁଡିକରେ ୪୩ ରୁ ୪୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ୩୦ ତାରିଖ ବେଳକୁ ରାଜ୍ୟରେ ସାମାନ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେବ। କିନ୍ତୁ ତାତିରେ ବ୍ରେକ୍ ଲଗାଇବାରେ ତାହା ସକ୍ଷମ ହେବ ନାହିଁ। ସିଭିୟର ହିଟ୍ଓ୍ବେଭ୍ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
ଅଧିକ ପଢ଼ନ୍ତୁ ପାଣିପାଗ ଖବର