ପାଣ୍ଡିଆନଙ୍କୁ ଧୋଇଦେଲେ ରାହୁଲ : କହିଲେ...
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଆସୁ ଆସୁ ନବୀନ ଓ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସିଧାସିଧା କହିଲେ, ନବୀନ ନୁହେଁ ଏଇଠି ସରକାର ଚଳାଉଛନ୍ତି ପାଣ୍ଡିଆନ । କେବଳ କିଛି ଲୋକ ହିଁ ସବୁ ଫାଇଦା ନେଉଛନ୍ତି । ଭୋଟ ବେଳେ ଅନେକ ପ୍ରତିଶ୍ରୁତି ଦେଇଥିଲେ ନବୀନ ବାବୁ ହେଲେ ବିଜେଡି ସରକାର ସେ ସବୁକୁ ଭୁଲିଗଲା । କିଛି ନିର୍ଦ୍ଧିଷ୍ଟ ଲୋକ ହିଁ ସବୁ ଫାଇଦା ନେଇଯାଉଛନ୍ତି । ଲୋକଙ୍କୁ ପାନ ଧରାଇଛନ୍ତି ନବୀନ ବାବୁ ବୋଲି କହିଛନ୍ତି ରାହୁଲ । ହେଲେ ନିର୍ବାଚନ ସମୟରେ ଏମିତି ବର୍ଷିଥିବାରୁ ରାଜନୈତିକ ଚର୍ଚ୍ଚା ଜୋର ଧରିଲାଣି ।
ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଆସିଥିଲେ ରାହୁଲ ଗାନ୍ଧୀ । ଆଉ ସଭା ମଂଚକୁ ଚଢୁଚଢୁ ଅନର୍ଗଳ ଓଗାଳିଥିଲେ ନବୀନ ବାବୁଙ୍କ ସତ । କହିଥିଲେ, ପାନ ସରକାର ଚଳାଉଛନ୍ତି, ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି । ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି । ଖଣିରୁ ପ୍ରଚୁର ଲୁଟିଛନ୍ତି, କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ। ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ । ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ୍ ୫ ଶହ ଟଙ୍କାରେ ଦିଆଯିବା ସହ ଧାନ କୁଇଣ୍ଟାଲ ୩ ହଜାର ଟଙ୍କା ହେବ ବୋଲି ରାହୁଲ କହିଛନ୍ତି ।
ରାଜ୍ୟ ସରକାର ବଦଳିବା ଦରକାର । ଏ କଥା ଆମେ ନୁହେଁ ବରଂ କହିଛନ୍ତି ରାହୁଲ ଗାନ୍ଧି । ଏହାସହ ସେ କହିଛନ୍ତି, ଓଡ଼ିଶାରେ ଯଦି କଂଗ୍ରେସ ସରକାର ହୁଏ, ତେବେ ଚାଷୀଙ୍କ ଋଣ ଛାଡ଼ କରାଯିବ । ଏହାସହ ‘ପେହଲି ନୌକରୀ ପକ୍କି’ ଯୋଜନା ଆଣିବ କଂଗ୍ରେସ । ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ମୋଟ୍ ଉପରେ ରାହୁଲ ନବୀନଙ୍କ ଉପରେ ବର୍ଷିଥିବାରୁ ବିଜେଡି ଶିବିରରେ ପଶିଲାଣି ଛନକା ।