ଦେଶର ପ୍ରତିଷ୍ଠିତ ଜିଏମଆର ଗ୍ରୁପ ପକ୍ଷରୁ ଶିରିଡି ସାଇବାବାଙ୍କ ଏହି ମନ୍ଦିର ନିର୍ମିତ ହୋଇଛି l ଗ୍ରୁପର ଅଧ୍ୟକ୍ଷ ଜି ଏମ୍ ରାଓ ଓ ଜି. ବରାଲକ୍ଷ୍ମୀ ପାରମ୍ପରିକ ରୀତିରେ ଦକ୍ଷିଣ ଭାରତୀୟ ମଙ୍ଗଳ ବାଦ୍ୟ ସହ ଗୁରୁଜୀ ଡକ୍ଟର ଶତପଥୀଙ୍କୁ ସ୍ଵାଗତ କରିଥିଲେ l
ଦେଶର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଭକ୍ତ ଓ ଟ୍ରଷ୍ଟି ଏହି ଉତ୍ସବରେ ଯୋଗ ଦେଇଥିଲେ l ବହୁ ବରିଷ୍ଠ ବ୍ୟୁରୋକ୍ରାଟ ଏବଂ ଜି ଏମ୍ ଆର ଗ୍ରୁପ ର ସଦସ୍ୟ ଓ କର୍ମ କର୍ତ୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l
ସୂଚନା ଯୋଗ୍ୟ ଯେ ଗତବର୍ଷ ଫେବୃୟାରୀ ମାସରେ ଗୁରୁଜୀ ଏହି ମନ୍ଦିରର ଭୂମି ପୂଜା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର