ଆସନ୍ତୁ ଜାଣିବା କିପରି ମ୍ୟାଲେରିଆ ସଂକ୍ରମିତ ହୁଏ ?
ମ୍ୟାଲେରିଆ ଏକ ପରଜୀବୀ ଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗ ଆନ୍ଫେଲସ୍ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ ହୁଏ। ଏହି ରୋଗ ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ଜ୍ୱରରେ ଅସୁସ୍ଥ କରିପକାଏ। ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ଥକାପଣ ବ୍ୟତୀତ ଅନ୍ୟ କିଛି ଲକ୍ଷଣ ଦେଖାଯାଇଥାଏ।
WHO ମୁତାବକ ଚଳିତବର୍ଷ ମ୍ୟାଲେରିଆ ଦିବସର ବିଷୟଵସ୍ତୁ ହେଉଛି "ଏକ ସମାନ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢେଇ କରିବା" ।
ମ୍ୟାଲେରିଆ ଦ୍ଵର କରିବାର ଉପାୟ :
୧ ମଶା ନକାମୁଡିବା ପାଇଁ ଔଷଧ ଵ୍ୟଵହାର କରନ୍ତୁ ।
୨ ମଶାରୀ ଟାଙ୍ଗି ଶୋଇବା ଦ୍ଵାରା ମ୍ୟାଲେରିଆ ହେବାର ସମ୍ଭାବନା କମ ରହିଥାଏ।
୩. ସଂପୂର୍ଣ୍ଣ ପୋଷାକ ପିନ୍ଧନ୍ତୁ ।
୪. ଘର ଆଖ ପାଖରେ ଅନାବଶ୍ୟକ ପାଣି ଜମା କରନ୍ତୁ ନାହିଁ।
୫. ରୋଗର ମାତ୍ରା ଅଧିକ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ।
ଅଧିକ ପଢନ୍ତୁ ଭାରତ ଖବର