ପରିବର୍ତ୍ତନ ହେଉଥିବା ସମୟ ସାଙ୍ଗକୁ ଲୋକମାନେ ନିଜର ଖାଦ୍ୟପେୟ, ଜୀବନଶୈଳୀ, ପାରିବାରିକ ସମ୍ପର୍କରେ ତିକ୍ତତା, କାର୍ଯ୍ୟକ୍ଷେତ୍ରରେ କାମର ବୋଝ, ଏକୁଟିଆ ଅନୁଭବ ଏବଂ ବିଭିନ୍ନ ସମସ୍ୟା କାରଣରୁ ପ୍ରାୟ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି । ଏନ୍.ସି.ଆର୍.ବି. ର ରିପୋର୍ଟ ଅନୁସାରେ ୨୦୨୧ରେ ଜାତୀୟ ସ୍ତରରେ ୧,୬୪,୦୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ଓଡ଼ିଶାରେ ୫,୬୫୧ ଜଣରୁ ଅଧିକ ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି ଯାହା ଧୀରେ ଧୀରେ ବଢିବାରେ ଲାଗିଛି । ମଣିଷ ଜୀବନରୁ ଚାପମୁକ୍ତ କରିବା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ରୋଟାରାକ୍ଟ କ୍ଳବ ଭୁବନେଶ୍ୱର ରୟାଲ ବିଗତ ଦିନମାନଙ୍କରେ ଅନେକ ସଚେତନତା କାର୍ଯ୍ୟକ୍ରମ, ସେମିନାର, ପଥପ୍ରାନ୍ତ ନାଟକ ଆଦିର ଆୟୋଜନ କରିସାରିଛି । ଏଭଳି ସଚେତନତାଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଅନେକ ଲୋକମାନଙ୍କ ମନରୁ ମାନସିକ ଅବସାଦ ଦୂର କରିବା ଭଳି କାର୍ଯ୍ୟ କରିବାରେର ରୋଟାରାକ୍ଟ ରୟାଲ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ।
ଆଜିର କାର୍ଯ୍ୟକ୍ରମରେ ଯାଜପୁର ରୋଡ଼ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକାଳେ ବ୍ୟାସନଗର ଷ୍ଟାଡ଼ିୟମରେ ପହଞ୍ଚିି ୯୮ ହଜାର ୨୯୪ ବର୍ଗଫୁଟ୍ର କପଡ଼ାର ତିଆରି ହୋଇଥିବା ରିବନ୍ ଆକୃତି ଚାରିପଟେ ଛିଡା ହୋଇଥିଲେ । ଏହି ରେକର୍ଡର ନିରୀକ୍ଷଣ ଓ ତଦାରଖ କରି ପାଇଁ ଗ୍ଲୋବାଲ ରେକର୍ଡ଼ ଏଣ୍ଡ୍ ରେଫରେନ୍ସର ଟିମ୍ ଆସିଥିଲେ । ସେମାନେ ସମସ୍ତ ପ୍ରକାରର ପରୀକ୍ଷା, ଗଣନା, ରିବନର ଦୈର୍ଘ୍ୟ ପ୍ରସ୍ତର ହିସାବ ଓ ଯା କରି ସାରିଲା ପରେ ରୋଟାରାକ୍ଟ ରୟାଲ କ୍ଲବକୁ ଗ୍ଲୋବାଲ ରେକର୍ଡ଼ ଓ ଏସିଆ ପ୍ୟାସିଫିକ୍ ରେକର୍ଡ଼ ସୃଷ୍ଟି କରିଛି ବୋଲି ଘୋଷଣା କରିଥିଲେ । ତାପରେ ରେକର୍ଡ଼ ଟିମ୍ ରୋଟାରାକ୍ଟ ରୟାଲ କ୍ଲବକୁ ଗ୍ଲୋବାଲ ରେକର୍ଡ଼ ଓ ଏସିଆ ପ୍ୟାସିଫିକ୍ ରେକର୍ଡ଼ର ସମ୍ମାନରେ ସମ୍ମାନିତ କରିବା ସହିତ ମାନପତ୍ର ଓ ଟ୍ରୋଫି ପ୍ରଦାନ କରିଥିଲେ । ବ ର୍ମାନ ଅଧିକାଂଶ ଲୋକ ଏହି ମାନସିକ ଚାପ ଜନିତ ସ୍ୱାସ୍ଥ୍ୟ ରୋଗର ଶିକାର ହେଉଛନ୍ତି । ଲୋକମାନେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି କିମ୍ବା ସଚେତନତାର ଅଭାବ ଯୋଗୁଁ ସମାଜରେ ଧୀରେ ଧୀରେ ମାନସିକ ରୋଗ ଓ ରୋଗୀଙ୍କର ସଂଖ୍ୟା ବଢିଚାଲିଛି । ଅତ୍ୟଧିକ ମାନସିକ ବିଷାଦ ଯୋଗୁଁ ନିଶାସେବନ, ଅପରାଧ, ଆତ୍ମହତ୍ୟା ଭଳି ସାଂଘାତିକ ବଢି ବଢି ଚାଲିଛି ।
ସୁସ୍ଥ, ନିରାମୟ ଜୀବନଯାପନକୁ ଆମର ଦୈନନ୍ଦିନ ଜୀବନରେ ଏକ ଅବିଛେଦ୍ୟ ଅଙ୍ଗରେ ପରିଣତ କରିବାର ଲକ୍ଷ୍ୟ ନେଇ ମାନସିକ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ରୋଟାରାକ୍ଟ ୩୨୬୨ର ମୁଖ୍ୟ ଶ୍ରୀ ଅଭିଳାଷ ବୋଇତାଇ କହିଛନ୍ତି । ଏହି ଅବସରରେ କାର୍ଯ୍ୟକ୍ରମର ଚେୟାରମ୍ୟାନ ଡ଼ା. ସତ୍ୟବ୍ରତ କର ଗଣମାଧ୍ୟମକୁ କହିଥିଲେ ଯେ, ମାନସିକ ଅବସାଦ, ବିଷାଦ ଆଦି ବିଭିନ୍ନ ମାନସିକ ରୋଗ ରୋଗ ନୁହେଁ, ଏହା ଏକ ମାନସିକ ବିକାର ଅଟେ, ଯାହା ଲୋକମାନଙ୍କ ମଧ୍ୟରେ ବିଶେଷ କରି ଯୁବକ-ଯୁବତୀ ମାନଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ଗଣମାଧ୍ୟମରୁ ଶୁଣିବାକୁ ପାଉଛୁ ଯେ, ମାନସିକ ଭାରସାମ୍ୟ ହରାଇ କେହିଜଣେ ଆତ୍ମହତ୍ୟା କରିଛି । କିନ୍ତୁ ଅତ୍ମହତ୍ୟା ଏକ କୌଣସି ସମସ୍ୟାର ସମାଧାନ କରିନଥାଏ, ବରଂ ପାରିବାରିକ ସମସ୍ୟା ଅଧିକ ବଢାଇ ଦେଇଥାଏ । ତେଣୁ ବର୍ତ୍ତର୍ମାନର ପିଢିର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ତଥା ସମସ୍ତ ଜନସାଧାରଣଙ୍କୁ ଏହି ବିଷୟରେ ସଚେତନ କରାଇବାର ଆବଶ୍ୟକତା ରହୁଛି ।
ଆମର ଏହି କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ହେଉଛି, ଆଗାମୀ ପିଢିକୁ ସଚେତନ କରିବା ଏବଂ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଅବସାଦରୁ ମୁକ୍ତି ଦେବା । ଯଦି ଆମେ ଉପଯୁକ୍ତ ଚିକିତ୍ସା ଏବଂ ସମାଜରୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସହଯୋଗ ମାଧ୍ୟମରେ ମାନସିକ ଅସୁସ୍ଥ, ବିଷାଦ ଆଦିକୁ କମ୍ କରାଯାଇ ପାରିବ ବୋଲି ଡ଼ାକ୍ତର ସତ୍ୟବ୍ରତ କର ମତ ପ୍ରକାଶ କରିଥିଲେ । ସାରା ବିଶ୍ୱକୁ ମାନସିକ ସ୍ୱାସ୍ଥ୍ୟ ସଚେତନ ବା ର୍ା ଦେବା ନିମନ୍ତେ ଓଡ଼ିଶାର ଯାଜପୁର ରୋଡ଼ ଭଳି ଏକ ସହରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମିଶି ୯୮ ହଜାର ୨୯୪ ବର୍ଗଫୁଟ୍ର ସବୁଜ କପଡ଼ାରେ ଏକ ରିବନ୍ ଆକୃତି ତିଆରି କରି ୱାର୍ଲ୍ଡ ରେକର୍ଡ଼ କରିବା ନିଶ୍ଚିତ ଭାବରେ ଖୁସିର ବିଷୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀମାନଙ୍କ ଦୃଢ ଇଚ୍ଛାଶକ୍ତି, ପ୍ରଚେଷ୍ଠା ବଳରେ ହିଁ ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ ହେଇପାରିବ । ଏହି ପ୍ରୟାସ ଆଗାମୀ ଦିନରେ ଅନେକଙ୍କୁ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ପ୍ରେରଣା ଯୋଗାଇବା ସହିତ ମାନସିକ ସ୍ୱାସ୍ଥ୍ୟ ସଚେତନତାରେ ଏକ ଜନଜାଗରଣ ସୃଷ୍ଟି କରିପାରିବ ବୋଲି ରୋଟାରୀ ୩୨୬୨ର ମୁଖ୍ୟ ଶ୍ରୀଯୁକ୍ତ ପ୍ରଭୁଦ ସୁବୁଦ୍ଧି ମତ ପ୍ରକାଶ କରିଥିଲେ । ରୋଟାରାକ୍ଟ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରାକ୍ଟ କ୍ଳବ ବ୍ୟାସଭୂମି ଯାଜପୁର ରୋଡ଼ର ମିଳିତ ଆନୁକୁଲ୍ୟ ଏବଂ ରୋଟାରୀ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରୀ କ୍ଳବ ଯାଜପୁର ରୋଡ଼ରର ସଦସ୍ୟାମାନେ ପରିଚାଳନା ଓ ସଂଚାଳନ କରିଥିଲେ । ଏଥିରେ ଜୟଶ୍ରୀ ବିଶ୍ୱାଳ, ସୋମ ଶାସ୍ତ୍ରୀ, ଗୁରୁବିନ୍ଦର ସିଂହ, ଅରୁଣ କୁମାର, ଅଭୟ ପତି ଓ ଅନ୍ୟାନ୍ୟ ରୋଟାରାକ୍ଟରମାନେ ନେତୃତ୍ୱ ନେଇଥିଲେ ।