ନିଜ ନିର୍ବାଚନମଣ୍ଡଳୀରେ ହିଁ ବବିଙ୍କୁ ଜୋରଦାର ବିରୋଧ କରାଯାଉଛି । ପ୍ରଚାର ପାଇଁ ଯାଇଥିବା ବେଳେ ଦେବଗଡ ଅଞ୍ଚଳର ମା' ଭଉଣୀ ହିସାବ ମାଗିଛନ୍ତି । ଆଉ ୨୫ବର୍ଷ ସରକାରରେ ରହିବା ପରେ ଆମକୁ କାହିଁକି ଘର, ପାଣି, ପଟ୍ଟା ମିଳିଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଘଟଣା ହେଉଛି ଦେବଗଡ଼ ରିଆମାଳ ବ୍ଲକ ପଳସମା ଅଞ୍ଚଳର । ସଭାରେ ଯୋଗଦେଇଥିଲେ ବବି ଦାସ । ହେଲେ ବବିଙ୍କ ସଭାକୁ ଲୋକ ଆସିଲେନି । ଆଉ ଯେଉଁମାନେ ଆସିଥିଲେ ଦେଖନ୍ତୁ ସେମାନେ କେମିତି ସଭାସ୍ଥଳରେ ପ୍ରଶ୍ନ କରିଥିଲେ ବବି ବାବୁଙ୍କୁ । ଖାଲି ଏତିକି ନୁହେଁ ବରଂ ବବିଙ୍କ ସଭାରେ ଅଧିକାଂଶ ଚେୟାର ବି ଖାଲି ପଡଥିଲା ।
ଛେଣ୍ଡିପଦାରେ ବି ବବିଙ୍କ ସଭାରେ ଯୋଗଦେବାପାଇଁ କେମିତି ଲୋକଙ୍କୁ ବିପଦଜନକ ଭାବରେ ଟ୍ରକ୍ ଓ ଅଟୋରେ ବୁହାଯାଉଛି । କେବଳ ଲୋକ ବୁହାଯାଇନି ବରଂ ସଭାକୁ ଆସୁଥିବା ଲୋକଙ୍କୁ ଖୁଲମଖୁଲା ଟଙ୍କା ବଣ୍ଟାଯାଉଛି । ବିଜେଡି ପକ୍ଷରୁ ଚାଲିଥିବା ଏପରି ଖୁଲମଖୁଲା କାର୍ଯ୍ୟ ଉପରେ ଆକ୍ସନ ନେବେ ତ ନିର୍ବାଚନ କମିଶନ ଏହାକୁ ନେଇ ଉଠିଛି ପ୍ରଶ୍ନ । କେବଳ ଦେବଗଡ , ଛେଣ୍ଡିପଦା ନୁହେଁ କୁଚିଣ୍ଡାରେ ମଧ୍ୟ ସମାନ ସ୍ଥିତି । କୁଚିଣ୍ଡା ବାମରାରେ ବବିଙ୍କ ସଭାକୁ ଆସିଲେନି ଲୋକେ । ଆଉ ଏଠି ବି ଚେୟାର ଖାଲି । ସେପଟେ ବବି ଓ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ 17 ପଞ୍ଚାୟତ ବାସୀଙ୍କ ଜୋରଦାର ବିରୋଧ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଜୋର ଧରିଲା ଦାବି । ବିକାଶ ଓ ରୂପାନ୍ତରଣର ବାହାସ୍ପୋଟ ମାରୁଥିବା ବିଜେଡିକୁ ଓ ବିଜେଡି ପ୍ରାର୍ଥୀଙ୍କୁ ସବୁଆଡେ ବିରୋଧ । ଆଉ ଲୋକଙ୍କ ପ୍ରଶ୍ନ 24 ବର୍ଷରେ କରିଛ କଣ ।
ମୋଟ୍ ଉପରେ ବବିଙ୍କ ସଭାରେ ଲୋକ ହେଉନାହାନ୍ତି କି ତାଙ୍କ କଥା ଭୋଟର ଶୁଣୁନାହାନ୍ତି । ଯେଉଁମାନେ ଯାଉଛନ୍ତି ସେମାନେ ଏମିତି ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି । ଯାହାକୁ ନେଇ ଖୋଦ୍ ଚିନ୍ତାରେ ବବି ବାବୁ । ଏ ସବୁ ଦୃଶ୍ୟ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି କି ବବି ବାବୁଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ତେଣୁ ଆଗାମୀ ଦିନରେ ବବିଙ୍କ ଲାଗି ଅଡୁଆରେ ପଡିପାରେ ବିଜେଡି ।