ପ୍ରବଳ ଖରା, ଗରମ ସାଙ୍ଗକୁ ଏ ଭିଡ଼ରେ ଆକ୍ତାମାକ୍ତ ଶ୍ରଦ୍ଧାଳୁ । ପୂର୍ବରୁ ୪ ଦ୍ବାର ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି, ରାଜ୍ୟ ସରକାର କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ଖୋଲୁନାହାନ୍ତି । ଯାହାର ପରିଣତି ଭୋଗୁଛନ୍ତି ଭକ୍ତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି । ସିଂହଦ୍ବାରରେ ଭକ୍ତଙ୍କ ପ୍ରବଳ ସମାଗମ । ଠେଲାପେଲା, ନିୟନ୍ତ୍ରଣ ହେଉନି ଭିଡ଼ । ବାଧ୍ୟ ହୋଇ ପଶ୍ଚିମ ଦ୍ବାର ଦେଇ ଭକ୍ତ ଯିବାକୁ ଉଦ୍ୟମ କରୁଛନ୍ତି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି ।
ପ୍ରବଳ ଖରା, ଗରମ ସାଙ୍ଗକୁ ଏ ଭିଡ଼ରେ ଆକ୍ତାମାକ୍ତ ଶ୍ରଦ୍ଧାଳୁ । ପୂର୍ବରୁ ୪ ଦ୍ବାର ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି, ରାଜ୍ୟ ସରକାର କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ଖୋଲୁନାହାନ୍ତି । ଯାହାର ପରିଣତି ଭୋଗୁଛନ୍ତି ଭକ୍ତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଲଗାତାର ପରାଜୟ ପରେ ବିଜୟ ଧାରାକୁ ଫେରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ରବିବାର ରାତିରେ ସିଏସ୍କେ ଏକତରଫା ଭାବେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୮ ରନ୍ରେ ପରାସ୍ତ କରି ଷଷ୍ଠରୁ ତୃତୀୟକୁ ଲମ୍ଫ ମାରିଛି। ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ସିଏସ୍କେ ୨୧୨ ରନ୍ କରିଥିଲା।
ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା
ତୁଷାର ଦେଶପାଣ୍ଡେ ୪ ଓଭର ଭିତରେ ୩ ୱିକେଟ୍ ନେବାପରେ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ବଡ଼ ବଡ଼ ସ୍କୋର୍ କରୁଥିବା ହାଇଦ୍ରାବାଦ ୧୩୪ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଉପକୂଳରୁ ଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ। ଏହିକ୍ରମରେ ରବିବାର ୧୨ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ବା ତା’ ଠାରୁ ଉପରେ ରେକର୍ଡ କରାଯାଇଛି। ସେହିପରି ୨୭ ସହରର ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିଛି। ରବିବାର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଅନୁଗୋଳ। ଏଠାରେ ପାରଦ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି।
ଅଧିକ ପଢନ୍ତୁ : ଏପ୍ରିଲ ସରିବାକୁ ବସିଲାଣି, ତାତିରେ ଫୁଟୁଛି ଏହି ସହର
ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ୨୯ ଓ ୩୦ ତାରିଖ ପାଇଁ ସିଭିୟର ହିଟୱେଭ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବାର ମଧ୍ୟ ଆଶଙ୍କା ରହିଛି। ସେହିପରି ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।
ଅର୍ଗସ ବ୍ୟୁରୋ : କଂଗ୍ରେସର ପୁଣି ଘୋଷଣା କଲା ପ୍ରାର୍ଥୀ ତାଲିକା । ୨ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । କଟକରୁ ସୁରେଶ ମହାପାତ୍ର ପ୍ରାର୍ଥୀ ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ । ତା ସହିତ ୮ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର- ମୋନାଲିସା ଲେଙ୍କା । ବଡ଼ଚଣା- ଅଜୟ ସାମଲ, ପାଲଲହଡ଼ା- ଫକୀର ସାମଲ ।
ଅଧିକ ପଢନ୍ତୁ ଓଡ଼ିଶା ଖବର