ଏହି ଦୁଇ ସଂସ୍ଥା ଗତ କିଛି ବର୍ଷ ଧରି ଏହି ଗାଁରେ ଚାଷୀର ଏହି ଜଳ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ଚିସର୍ଚ୍ଚ ପରେ 3 ଟି ଜଳାଶୟ ସୃଷ୍ଟି କରିଥିଲେ। ସବୁଠାରୁ ବଡ଼ କଥା ହେଲା ଭୀଷଣ ଖରାରେ ମଧ୍ୟ ଏହି ଜଳାଶୟ ଜଳ ଶୁଖିଯାଏ ନାହିଁ। ଯାହା ଦ୍ୱାରା ଚାଷୀ ବର୍ଷକୁ 12 ମାସ ଲଗାତାର ଧାନ, କିସମ କିସମ ପରିବା, ଫୁଲ ,ମୁଗ ଆଦି ଚାଷ କରିପାରିଛନ୍ତି।
କେବଳ ଯେ ଚାଷ ଜମି ପାଇଁ ପାଣି ନୁହେଁ ଗାଁ ଗାଁ ରେ ଶୁଦ୍ଧ ପାନୀୟ ଜଳର ମଧ୍ୟ ଉତ୍ସ ତିଆରି କରାଯାଇଛି। ଯାହା ଦ୍ଵାରା ମହିଳାଙ୍କ କଷ୍ଟ ଲାଘବ ହେଉଥିବାର ଦେଖିବାକୁ ମିଳିଛି। ମହିଳାଙ୍କୁ ଆଉ ପାଣି ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁ ନାହିଁ। ଘର ପାଖରେ ଶୁଦ୍ଧ ପାନୀୟ ଜଳ ପାଇ ପାରୁଥିବାର ଦେଖିବାକୁ ମିଳିଛି।
କେବଳ ଯେ ଏହି ଗୋଟିଏ ଗାଁ ନୁହେଁ , ଡୁମୁରି ଗୁଡା, ତେନ୍ତିଲିପାଲ ଭଳି କୋରାପୁଟ ଜିଲ୍ଲାର ଅନେକ ଗାଁ କୁଡିକରେ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଓ ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିଙ୍କ ମିଳିତ ପ୍ରୟାସରେ ଏହି ଭଳି ପଦକ୍ଷେପ ନିଆଯାଇଛି। ଯାହା ଦ୍ୱାରା ଘରେ ରହୁଥିବା ମହିଳା ଏବେ ରୋଜଗାରକ୍ଷମ ହୋଇ ପାରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର