ବିଜେଡିର ଲୁଙ୍ଗି ରାଜନୀତି ଏତିକିରେ ଅଟକିଲା ନାହିଁ। ନିର୍ବାଚନ ପାଇଁ ନାମାଙ୍କନ ଭରିବାକୁ ପାଟ ପଟୁଆରରେ ଲୁଙ୍ଗି ପିନ୍ଧି ବାହାରିଥିଲେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ମାନସ ମାଡ଼କାମୀ। କିନ୍ତୁ ମାନସଙ୍କର ଧଳା ସାର୍ଟ ସାଙ୍ଗକୁ ଦକ୍ଷିଣୀ ଷ୍ଟାଇଲରେ ଲୁଙ୍ଗି ପିନ୍ଧାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ପ୍ରଶ୍ନ ଉଠିଥିଲା ଓଡ଼ିଆ ହୋଇ ବିଜେଡି ନେତାମାନେ ଏଭଳି ଶୈଳୀରେ ଲୁଙ୍ଗି ପିନ୍ଧିବା ବିଜେଡିର ଉତ୍ତାରିଧିକାରୀଙ୍କୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ତ ? ବିଜେଡି ନେତାଙ୍କ ଲୁଙ୍ଗି ପିନ୍ଧା ବିବାଦ ଭିତରେ ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି। ପ୍ରଥମେ-ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ – ଦ୍ବିତୀୟରେ - ନବକୃଷ୍ଣ ଚୌଧୁରୀ, ତୃତୀୟରେ - ବିଜୁ ପଟ୍ଟନାୟକଙ୍କ ସହ ଗୋଟିଏ ଫଟୋରେ ଚତୁର୍ଥରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତେ ଧୋତି ପିନ୍ଧିଥିବା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ବିଜେପି ନେତାଙ୍କ ଧୋତି ପିନ୍ଧା ଫଟୋ ବି ଏବେ ଚର୍ଚ୍ଚାରେ।
ଅଧିକ ପଢନ୍ତୁ ଓଡ଼ିଶା ଖବର