ସେପଟେ ୨ ଲକ୍ଷ ରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ।୧୦ ଟି ବେଆଇନ୍ ବନ୍ଧୁକ ସିଜ୍ କରିଛି ପୋଲିସ । ୨୯୭ ଗନ୍ ଲାଇସେନ୍ସ ପୋଲିସ ପାଖେ ଜମା ହୋଇଛି। ଦଫା 110ରେ 63 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏନବିଡବ୍ଲୁ ମାଧ୍ୟମରେ 283ଜଣ ଙ୍କୁ ଗିରଫ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କମିଶନରେଟ୍ ପୋଲିସର ନିର୍ବାଚନ ପ୍ରସ୍ତୁତି । କଟକରେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ କାଉଣ୍ଟି ପ୍ରକ୍ରିୟା ସୁରୁଖୁରୁରେ ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ମତଦାନ ପାଇଁ 722ଟି ବୁଥ ଥିବା ବେଳେ 125 ସମ୍ବେଦନଶୀଳ ବୁଥ ରହିଛି । କିଛି ଅପରାଧୀଙ୍କୁ ତଡିପାର କରିବା ପାଇଁ ଯୋଜନା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞିବ ପଣ୍ଡା ।
ସେପଟେ ୨ ଲକ୍ଷ ରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ।୧୦ ଟି ବେଆଇନ୍ ବନ୍ଧୁକ ସିଜ୍ କରିଛି ପୋଲିସ । ୨୯୭ ଗନ୍ ଲାଇସେନ୍ସ ପୋଲିସ ପାଖେ ଜମା ହୋଇଛି। ଦଫା 110ରେ 63 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏନବିଡବ୍ଲୁ ମାଧ୍ୟମରେ 283ଜଣ ଙ୍କୁ ଗିରଫ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ପୋଲିସର ଏନକାଉଣ୍ଟର।ଢେଙ୍କାନାଳ କାମାକ୍ଷାନଗର ଖୁଣ୍ଟାପଶି ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଛି ଏନକାଉଣ୍ଟର। ଏନ କାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆ।ସୁବାଷର ଡାହାଣ ଗୋଡ ଆଣ୍ଠୁ ତଳକୁ ବାଜିଛି ଗୁଳି।ସୁବାଷ ନାଁରେ ପୂର୍ବରୁ ୧୮ଟିରୁ ଅଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।ସେଥିରୁ ଦୁଇଟି ହତ୍ୟା ମାମଲା ସହ କିଛି ଚୋରି ଡକାୟତି ରାହାଜାନୀ ଭଳି ଅନ୍ୟ ମାମଲା ରହିଛି। କାମାକ୍ଷାନଗର ଅଞ୍ଚଳରେ କିଙ୍ଗ ଅଫ ଫରେଷ୍ଟ ନାଁରେ ଏକ ଟିମ ଗଢିଥିଲା ସୁବାଷ ଓ ତାର କିଛି ସହଯୋଗୀ।
ଅଧିକ ପଢନ୍ତୁ ଓଡିଶା ଖବର
ଭୋର ସମୟରେ ଖୁଣ୍ଟାପଶି ଜଙ୍ଗଲ ନିକଟରେ ସୁବାଷକୁ ଧରିବାକୁ ଯିବାବେଳେ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା କୁଖ୍ୟାତ ଅପରାଧୀ ।ତା' ଠାରୁ ଏକ ବନ୍ଧୁକ ଜବତ କରିଛି କାମାକ୍ଷାନଗର ପୋଲିସ। ଏଥିସହିତ ଗୁରୁତର ଆହତ ସୁବାଷକୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛନ୍ତି।
ଅର୍ଗସ ବ୍ୟୁରୋ : ମେ ୨୫ ତାରିଖରେ ଦେଶରେ ଷଷ୍ଠ ପର୍ଯ୍ୟାୟ ଆଉ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀ, କଟକ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ବର ଲୋକସଭା ଆସନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୬ ଟି ସଂସଦୀୟ କ୍ଷେତ୍ରରେ ରହିଛନ୍ତି ୯୪ ଲକ୍ଷ ୪୧ ହଜାର ୭୯୭ ଭୋଟର । ସେମାନଙ୍କ ମଧ୍ୟରୁ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ଙ୍କ ସଂଖ୍ୟା ରହିଛି ୪୬ ଲକ୍ଷ ୧୪ ହଜାର ୧୩୪ ।
ଅଧିକ ପଢନ୍ତୁ : କଂଗ୍ରେସର ପ୍ରାର୍ଥୀ ତାଲିକା, କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ଟିକେଟ୍
ଏଥିସହ ଏହି ଲୋକସଭା ଆସନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନାମାଙ୍କନ ବେଳେ ପ୍ରାର୍ଥୀ ମାନେ ବଡ଼ ରାଲି କରି ନ ଆସିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନ । ... ଓଡିଶାର ୬ଟି ଲୋକସଭା ଆସନ ସହ ୭ଟି ରାଜ୍ୟର ୫୭ଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ହେବ । ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାରର ୮, ପଶ୍ଚିମବଂଗର ୮ ଓ ଝାଡଖଣ୍ଡର ୪ଟି ଲୋକସଭା ଆସନ ପାଇଁ ମତଦାନ ହେବ ।
ଅର୍ଗସ ବ୍ୟୁରୋ : ଲଗାତାର ପରାଜୟ ପରେ ବିଜୟ ଧାରାକୁ ଫେରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ରବିବାର ରାତିରେ ସିଏସ୍କେ ଏକତରଫା ଭାବେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୮ ରନ୍ରେ ପରାସ୍ତ କରି ଷଷ୍ଠରୁ ତୃତୀୟକୁ ଲମ୍ଫ ମାରିଛି। ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ସିଏସ୍କେ ୨୧୨ ରନ୍ କରିଥିଲା।
ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା
ତୁଷାର ଦେଶପାଣ୍ଡେ ୪ ଓଭର ଭିତରେ ୩ ୱିକେଟ୍ ନେବାପରେ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ବଡ଼ ବଡ଼ ସ୍କୋର୍ କରୁଥିବା ହାଇଦ୍ରାବାଦ ୧୩୪ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।