ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ମୋଟ ୧୭ ଲୋକସଭା ଆସନ ପାଇଁ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଛି । ତେବେ ବାକି ଆସନ ପାଇଁ ଖୁବ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ।
ଅର୍ଗସ ବ୍ୟୁରୋ : କଂଗ୍ରେସ ପ୍ରାର୍ଥୀ ତାଲିକା । ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ ତାଲିକା ପ୍ରକାଶ । ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍ଙ୍କ ନାଁ ମଧ୍ୟ ରହିଛି । ଅତାବିରା- ଅଭିଷେକ ସେଠ୍, ତଳସରା- ଦେବେନ୍ଦ୍ର ଭିଟ୍ଟାରିଆ, କୁଚିଣ୍ଡା-କେଦାର ନାଥ ବରିଆ, ରେଙ୍ଗାଲି- ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁର-ଦୁର୍ଗାପ୍ରସାଦ ପାଢୀ ରେଢାଖୋଲ-ଅସଫ୍ ଅଲ୍ଲୀ ଖାନ, ଦେବଗଡ- ସେମ୍ ହେମ୍ବ୍ରମ୍, ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ, ଘସିପୁରା- ସୁବ୍ରତ ଚକ୍ର, ଆନନ୍ଦପୁର- ଜୟଦେବ ଜେନା, ପାଟଣା- ହୃଷିକେଷ ନାୟକ କେନ୍ଦୁଝର- ପ୍ରତିଭା ମଂଜରୀ ନାୟକ, ଚମ୍ପୁଆ- ୟଶମନ୍ତ ଲାଘୁରୀ, ଯଶିପୁର- ଶ୍ଵେତା ଚଟ୍ଟର, ସରସକଣା- ରାମକୁମାର ସୋରେନ, ରାଇରଙ୍ଗପୁର- ଯୋଗେନ୍ଦ୍ର ବନରା, ବାଙ୍ଗୀରିପୋଷି-ମୂରଲୀଧର ନାୟକ, କରଞ୍ଜିଆ- ଲକ୍ଷ୍ମୀଧର ସିଂ, ଉଦଳା- ଦୁର୍ଗାଚରଣ ଟୁଡୁ, ବାରିପଦା- ବାଦଲ ହେମ୍ବ୍ରମ୍, ମୋରଡା- ପ୍ରଭାସ କର ମହାପାତ୍ର, ଭୋଗରାଇ- ସତ୍ୟଶିବ ଦାସ, ବସ୍ତା- ବିଜନ ନାୟକ, ରେମୁଣା- ସୁଦର୍ଶନ ଜେନା, ସୋର- ସୁବ୍ରତ ଧଡ଼, ସିମୁଳିଆ- ହିମାଂଶୁ ଶେଖର ବେହେରା, ଭଣ୍ଡାରିପୋଖରୀ-ନିରଞ୍ଜନ ପଟ୍ଟନାୟକ ଭଦ୍ରକ- ଅସୀତ ପଟ୍ଟନାୟକ, ବାସୁଦେବପୁର- ଅଶୋକ କୁମାର ଦାସ, ଧାମନଗର- ରଂଜନ କୁମାର ବେହେରା, ଚାନ୍ଦବାଲି-ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁର- କନକଲତା ମଲ୍ଲିକ, ବରୀ- ଆରତୀ ଦେଓ, ଧର୍ମଶାଳା- କିସନ ପଣ୍ଡା, ଯାଜପୁର- ସୁଦୀପ କୁମାର କର, କୋରେଇ- ବନ୍ଦିତା ପରିଡ଼ା, ଢେଙ୍କାନାଳ- ସୁସ୍ମିତା ସିଂଦେଓ, ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାମଗର- ବିପ୍ରବର ସାହୁ, ପରଜଙ୍ଗ- ରଂଜିତ କୁମାର ସାହୁ, ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦା- ନରୋତ୍ତମ ନାୟକ, ଆଠମଲ୍ଲିକ- ବିଜୟ ନନ୍ଦନ ଚାଉଳିଆ, ବୀରମହାରାଜପୁର-ପ୍ରଦୀପ ସେଠୀ, ସୋନପୁର- ପ୍ରିୟବ୍ରତ ସାହୁ, ଟିଟିଲାଗଡ଼-ବିରେନ୍ଦ୍ର ବାଗ୍, ଖଡ଼ିଆଳ- ଉପେନ୍ଦ୍ର ପ୍ରଧାନ, ବଡମ୍ବା- ସଞ୍ଜୟ କୁମାର ସାହୁ, ବାଙ୍କୀ- ଦେବାଶିଷ ପଟ୍ଟନାୟକ, ଆଠଗଡ଼- ମେହବୁବ୍ ଅହମ୍ମଦ ଖାନ, ଚୌଦ୍ଵାରା- ମୀରା ମଲ୍ଲିକ, ନିଆଳି- ଜ୍ୟୋତିରଂଜନ ମଲ୍ଲିକ, କଟକ-ସଦର- ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁର- ଆକ୍ଵିବ୍ ଉଜମାନ ଖାନ୍, ପାଟକୁରା- ରତିକାନ୍ତ କାନୁନଗୋ, ଆଳି- ଦେବସ୍ମିତା ଶର୍ମା, ପାରାଦୀପ- ନିରଞ୍ଜନ ନାୟକ, ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମା- ନଳୀନି ସ୍ଵାଇଁ, ପୁରୀ-ସୁଜିତ ମହାପାତ୍ର, ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର, ଜୟଦେବ- ଜୟନ୍ତ କୁମାର ଭୋଇ, ଏକାମ୍ର-ଭୁବନେଶ୍ଵର- ପ୍ରଶାନ୍ତ କୁମାର ଚମ୍ପତ୍ତି, ଜଟଣୀ- ସନ୍ତୋଷ ଜେନା, ବେଗୁନିଆ- ପୃଥ୍ଵିବୀ ବଲ୍ଲଭ ପଟ୍ଟନାୟକ, ରଣପୁର- ବିଭୁପ୍ରସାଦ ମିଶ୍ର, ନୟାଗଡ଼- ରଂଜିତ ଦାସ, କବିସୂର୍ଯ୍ୟନଗର-ବିପିନ ବିହାରୀ ସ୍ଵାଇଁ, ଖଲ୍ଲିକୋଟ- ଚିତ୍ରସେନ ବେହେରା, ଆସିକା-ସୁରଭି ବିଷୋଇ, ହିଞ୍ଜିଳି- ରଜନୀକାନ୍ତ ପାଢୀ, ବ୍ରହ୍ମପୁର- ଦୀପକ ପଟ୍ଟନାୟକ, ଦିଗପହଣ୍ଡି- ଶ୍ରୀଧର ଦେବ
ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ମୋଟ ୧୭ ଲୋକସଭା ଆସନ ପାଇଁ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଛି । ତେବେ ବାକି ଆସନ ପାଇଁ ଖୁବ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ।
ଅର୍ଗସ ବ୍ୟୁରୋ : ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଗାଁରେ ପୁରାଇ ଦେଲେନି ଲୋକେ । ଏଭିଳ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଛତ୍ରପୁର କଣମଣା ପଞ୍ଚାୟତର ବାଟଛତ୍ରପୁର ଗାଁରେ । ଛତ୍ରପୁର ବିଧାୟକ ସୁବାଷ ବେହେରାଙ୍କୁ ତୀବ୍ର ବିରୋଧ କଲେ ଗ୍ରାମବାସୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରଚାର ପାଇଁ କଣମଣା ପଞ୍ଚାୟତ ଯାଉଥିବା ବାଟଛତ୍ରପୁର ଗାଁ ମୁହଁରୁ ଅଟକାଇ ଦେଇଥିଲେ ଗାଁ ଲୋକେ । ଅଞ୍ଚଳରେ କିଛି କାମ କରିନଥିବା ଏବଂ ୫ ବର୍ଷ ହେଲା ଦେଖା ନଥିବା ହେତୁ ବିରୋଧର ଶିକାର ହୋଇଛନ୍ତି ବିଧାୟକ । ଛତ୍ରପୁରର ବିଜେଡି ବିଧାୟକ ପାର୍ଥୀ ହୋଇଛନ୍ତି ସୁବାଷ ।
ଅର୍ଗସ ବ୍ୟୁରୋ : ମାଗଣା ଚାଉଳକୁ ନେଇ ପୁଣି ଥରେ ମିଛ ପ୍ରଚାର ଆରମ୍ଭ କରିଛି ବିଜେଡି । ଚାଉଳ ଶ୍ରେୟ ପାଇଁ ଝୋଟ ବ୍ୟାଗ ଷ୍ଟ୍ରାଟେଜି ଫେଲ ମାରିବା ପରେ ଭୋଟ ପୂର୍ବରୁ ମାଗଣା ଚାଉଳକୁ ନେଇ ମିଛ କହିବା ଆରମ୍ଭ କରିଛନ୍ତି ବିଜେଡି ନେତାଏଁ । ନୂଆ ନୂଆ କରି ବିଜେଡିର ପାଓ୍ବାର ସେଣ୍ଟର ତଥା ଦୁଇ ନମ୍ବର ନେତା ସାଜିଥିବା ଭି.କେ ପାଣ୍ଡିଆନ୍ ମୋଦି ଚାଉଳକୁ ନବୀନ ଦେଉଥିବା କହି ମାଗିଛନ୍ତି ଭୋଟ୍ । ମାଲକାନଗିରିର କାଲିମେଳାରେ ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ବିଜେପିକୁ ଟାର୍ଗେଟ କରିବା ସହ ନବୀନ ମାଗଣା ଚାଉଳ ଦେଉଥିବା ଲୋକଙ୍କୁ କହିଥିଲେ । ଯାହାକୁ ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି କହିଛନ୍ତି ରାଜ୍ୟର ୩ କୋଟି ୨୬ ଲକ୍ଷ ସମେତ ଦେଶର ୮୦ କୋଟି ଲୋକ ମାଗଣା ଚାଉଳ ମିଳୁଛି । ବିଜେଡିର ନୂଆ ନେତା ଯିଏ ଭିଡିଓ ମୁଖ୍ୟମନ୍ତ୍ରୀଙ୍କର ଗୁମାସ୍ତା ସାଜିଛନ୍ତି, ସେ ଶ୍ରେୟ ପାଇଁ କାଙ୍ଗାଳିଆ ବିକଳିଆ ହେଉଛନ୍ତି ।
ସେପଟେ ତଥ୍ୟ କହୁଛି ମାତ୍ର ୯ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଇ ୩ କୋଟି ୨୬ ଲକ୍ଷଙ୍କୁ ଚାଉଳ ଦେବାର ଶ୍ରେୟ ନେବାକୁ ମିଛକୁ ସାହାରା କରିଛି ବିଜେଡି । ରାଜ୍ୟ ଖାଦ୍ୟ ସୁରକ୍ଷାର ସ୍ଥିତି ଏମିତି ହୋଇଛି ଯେ ୨୫ ଲକ୍ଷ ହିତାଧୀକାରୀଙ୍କୁ ଚାଉଳ ଯୋଗାଇଦେବାକୁ ଘୋଷଣା କରାଯାଇଥିବା ବେଳେ ମିଳିଥିଲା ମାତ୍ର ୧୮ ଲକ୍ଷ ୩୨ ହଜାର ହିତାଧୀକାରୀଙ୍କୁ ଯାହା ବର୍ତ୍ତମାନ ୯ ଲକ୍ଷରେ ଆସି ପହଞ୍ଚିଛି ।
ଅନ୍ୟପଟେ ଭୋଟ ପାଇଁ ମିଛ ପ୍ରତିଶ୍ରୁତି ଦେବାରେ କିପରି ବିଜେଡି ମୁଖିଆ ଓ ତାଙ୍କ ଗୁମାସ୍ତା ମାହିର ତାହାର ଉଦାହରଣ ଦେଖିବାକୁ ମିଳିଛି ପାଣ୍ଡିଆନଙ୍କ କାଲିମେଳା ସଭାରେ । କାଲିମେଳା ନିର୍ବାଚନି ସଭାରେ ଭୋଟରଙ୍କୁ ଭୁଆଁ ବୁଲାଇ ମିଛ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ । ନିର୍ବାଚନି ସଭାରେ ଲୋକଙ୍କ ଠୁ ଦରଖାସ୍ତ ଆଣିବା ସହ ୭ ଦିନ,୧୫ ଦିନ ଓ ମାସେ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରଶ୍ନ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଛି । ଏଭଳି ସ୍ଥିତି ରେ ଲୋକଙ୍କ ଠୁ ଦରଖାସ୍ତ ଗ୍ରହଣ ତୁରନ୍ତ ସମାଧାନ କରାଯିବାର ପ୍ରତିଶ୍ରୁତି ପାଣ୍ଡିଆନଙ୍କ ମିଛ କୁ ପଦାରେ ପକାଇ ଦେଇଛି । ପ୍ରଶ୍ନ ସରଳ ଆଦିବାସୀଙ୍କୁ ବୋକା ଭାବୁଛନ୍ତି କି ପାଣ୍ଡିଆନ । ଭୋଟ ପାଇଁ ଆଦିବାସୀଙ୍କୁ କାହିଁକି ମିଛ ପ୍ରତିଶ୍ରୁତି ଦେଇ ଠକୁଛନ୍ତି ଭୈରବ ପାଣ୍ଡିଆନ । କେବଳ ଚାଉଳ ନୁହେଁ ଏହିଭଳି ଅନେକ ଯୋଜନାରେ ରାଜ୍ୟର ମୋହର ମାରି ଶ୍ରେୟ ନେବାକୁ ବିଜେଡି ବହୁ ପୂର୍ବରୁ କରିଥିବା ଷଡଯନ୍ତ୍ର ହୋଇଛି ପର୍ଦ୍ଦାଫାସ । ଆବାସ ଯୋଜନା,କିଷାନ ସମ୍ମାନ ନିଧି ଭଳି ଅନେକ କେନ୍ଦ୍ରୀୟ ସ୍କିମ୍ ରେ ରାଜ୍ୟର ମୋହର ଲଗାଇ ଶ୍ରେୟ ନେବାକୁ କରାଯାଇଛି ଷଡଯନ୍ତ୍ର ।