ସ୍ଵାଧୀନତାର ୭୬ ବର୍ଷ ପରେ ବି ବିକାଶ ର ଛାଇ ପଡ଼ିନି ଏହି ଦୁର୍ଗମ ଅଞ୍ଚଳରେ ! ଗାଁକୁ ରାସ୍ତା , ବିଜୁଳି କି,ପିଇବାପାଣିର ସୁବିଧା ନାହିଁ। ଏମିତିକି ରୋଗାକ୍ରାନ୍ତ କିମ୍ବା ଗର୍ଭବତୀ ମହିଳା ଙ୍କୁ ଖଟିଆରେ ବୋହି ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥାଏ । ରାଜ୍ୟ ସରକାର ଶୁଦ୍ଧ ପାନୀୟ ଜଳ ନାଁରେ ବସୁଧା ଯୋଜନାର ଡିଣ୍ଡୋରା ପିଟୁଛନ୍ତି। ହେଲେ ୨୪ ବର୍ଷର ସ୍ଥିର ସରକାରରେ ଆଜିବି ଏମାନଙ୍କ ପାଖରେ ଯୋଜନା ଅପହଞ୍ଚ। ନଦୀ,ନାଳ ଝରଣା ପାଣିରେ ବିତୁଛି ଜୀବନ କିନ୍ତୁ ଅନ୍ୟ କୌଣସି ବିକଳ୍ପ ନାହିଁ I ନା ଏମାନଙ୍କ ପାଖରେ ଭଲ ଘରଟିଏ ଅଛି ନା ଗମନାଗମନ ପାଇଁ ଭଲ ରାସ୍ତା।ବିଜୁଳି ନଥିବାରୁ ଡିବିରି ଆଲୁଅରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ସରକାରଙ୍କ ସବୁ ପ୍ରତିଶୃତି ପାଲଟିଛି ପ୍ରହସନ। ଏପରିକି ରାଜ୍ୟ ସରକାର PDS ରେ ଯୋଗାଇ ଦେଉଥିବା କିରୋସିନି କୁ ବନ୍ଦ କରିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।
୨୪ ବର୍ଷର ଶାସନ କାଳରେ ସରକାରଙ୍କ ଦୃଷ୍ଟି ପଡ଼ିଲାନି ଏମାନଙ୍କ ଉପରେ । କେବଳ ନିର୍ବାଚନ ବେଳେ ନେତା ଆସନ୍ତି। ଭୋଟ ପାଇଁ ମିଠା ପ୍ରତିଶୃତି ଦେଇ ଚାଲିଯାନ୍ତି। ଏଥର କିନ୍ତୁ ଗ୍ରାମାବସୀ ମାନେ ପଣ କରିଛନ୍ତି। ମୌଳିକ ସୁବିଧା ନ ଥିବାରୁ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ୫ଖଣ୍ଡ ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: