ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇରୁ ତିନି ଦିନ ନିଆଁ ବର୍ଷା...
ଅର୍ଗସ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର । ଆହୁରି ଦୁଇରୁ ତିନି ଦିନ ଯାଏଁ ରହିବ ହିଟ୍ ଓ୍ଵେଭର ପ୍ରଭାବ । ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ଵିନ ସିଟି ସହ ବୌଦ୍ଧ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଦୁଇ ଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇବା ସମ୍ଭାବନା ରହିଛି । ୬ ଓ ୭ ତାରିଖବେଳକୁ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ଆଜି ସକାଳ 8ଟା 30 ସୁଦ୍ଧା 35 ଟପିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଭବାନୀପାଟଣା 37.4, ବାରିପଦା 36.4, ବଲାଙ୍ଗୀର 36.2, ଟିଟିଲାଗଡ଼ ଓ ବାଲେଶ୍ୱର 36, ହୀରାକୁଦ 35.6,ଝାରସୁଗୁଡା ଓ କେନ୍ଦୁଝର 35.4, କଟକ, ସମ୍ବଲପୁର, ମାଲକାନଗିରି ଓ ବୌଦ୍ଧରେ 35, ସୋନପୁର ଓ ଭୁବନେଶ୍ୱରରେ 34.8 ଏବଂ ରାଉରକେଲାରେ 34.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: