ଏପ୍ରିଲ ୬ତାରିଖ ଯାଏ ତାତିରୁ ମିଳିବ ନାହିଁ ନିସ୍ତାର । ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ଆସନ୍ତା ମାସ ପ୍ରଥମ ସପ୍ତାହ ଯାଏ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ଆଜି ଦିନ ୨ଟା ୩୦ ଯାଏ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ୩୮.୪,ରାଉରକେଲା ୩୭.୬, ସମ୍ବଲପୁର ୩୭.୫ ଡିଗ୍ରୀ ହୋଇଥିବା ବେଳେ ଭୁବନେଶ୍ୱରରେ ୩୭.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ମାର୍ଚ୍ଚ ଶେଷ ସୁଧା ବିଗତ ୧୯ ଏବଂ ୨୦ ତାରିଖରେ ହିଁ କେବଳ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଆଗାମୀ ୮ ଦିନ ଯାଏ ପାଗରେ ସେମିତି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ । ସେପଟେ ଘରୁ ଟାଣ ଖରାରେ ବାହାରିବା ବେଳେ ଖାସ କରି ବୟସ୍କ, ଶିଶୁ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନେ ସାଙ୍ଗରେ ଛତା, ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆହୁରି ପଢନ୍ତୁ ପାଣିପାଗ ଖବର...