ସ୍ଥାନ- ଯାଜପୁର ବାରବାଟୀ । ସମୟ-ରାତି ପ୍ରାୟ ୯ଟା...ହଠାତ୍ ବ୍ରିଜ ତଳକୁ ଖସିପଡିଥିଲା ବସ । କେମିତି ଦୁର୍ଘଟଣା ହେଲା, କିଏ ଦାୟୀ ? ସେ କଥା ପଚାରିବାକୁ ନାଁ କାହାର ସମୟ ଥିଲା ନା କାହାର ଧୈର୍ଯ୍ୟ ଥିଲା । ସମସ୍ତଙ୍କର ଫୋକସ ଥିଲା କେମିତି ଆହତଙ୍କୁ ନେଇ ପହଞ୍ଚିବେ ମେଡିକାଲରେ । ରାତି୯ଟା ହେବାରୁ ରାସ୍ତା ଖାଲି ହୋଇ ଆସୁଥାଏ । ହେଲେ ଦୁର୍ଘଟଣାର ଖବର ପାଇବା ପରେ ରୁଣ୍ଡ ହୋଇଥିଲେ ଲୋକ...ଦିଶିଥିଲା ମୁଣ୍ଡମାଳ । ଦୁର୍ଘଟଣା ଥିଲା ଖୁବ ଭୟଙ୍କର ।
ମୋଟ୍ ଉପରେ ଯାଜପୁର କୁଆଖିଆ ନିକଟରେ ଓଲଟିଥିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିପଡିଲା ବସ୍ । ବାରବାଟୀ ପୋଲରେ ଏହି ଦୁର୍ଘଟଣା ହୋଇଥିଲା । ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିଲେ । ହେଲେ ଦୁର୍ଘଟଣାର ଖବର ପାଇବା ପରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହିତ ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏତେ ବଡ଼ ଦୁର୍ଘଟଣା ହୋଇଥିବାରୁ ଏବେ ଚର୍ଚ୍ଚା ଜୋର ।
ଆହୁରି ପଢନ୍ତୁ ଓଡିଶା ଖବର...