ସେହିପରି ମମିତା ମେହର ନୃଶଂସ ହତ୍ୟା ମାମଲାରେ ବିବାଦରେ ଥିଲେ ଦିବ୍ୟଶଙ୍କର ମିଶ୍ର। ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ହୋଇଥିଲା ଆନ୍ଦୋଳନ। ଖୋଦ ମମିତାଙ୍କ ବାପା ଦିବ୍ୟଶଙ୍କରଙ୍କ ନାଁରେ ଆଣିଥିଲେ ସଂଙ୍ଗୀନ ଅଭିଯୋଗ। ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗରେ ବିଧାନସଭା ହେଲା ଅଚଳ॥ ମନ୍ତ୍ରୀଙ୍କୁ ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ ହେଲା । ରାସ୍ତାରେ ନିଆଁ ଜଳିଲା ହେଲେ ହେଲାନି କାର୍ଯ୍ୟାନୁଷ୍ଠାନ॥ ଆଉ ଏବେ ଦିବ୍ୟଶଙ୍କରଙ୍କୁ ପୁଣି ଜୁନାଗଡ ଟିକେଟ। ଆଜି ସେମାନଙ୍କୁ ପୁଣି ଟିକେଟ ଦେଇ ବିଜେଡି ମଖିଆ ପ୍ରମାଣ କରିଛନ୍ତି ନବୀନ ସରକାରଙ୍କ ମା କୁ ସମ୍ନାନ କେବଳ ଏକ ଭୋଟ୍ ହାତେଇବାର ସ୍ଲୋଗାନ ମାତ୍ର । ତେବେ ଦେଖିବାକୁ ବାକି ରହିଲା ଏହି ଦୁଇ ଦାଗୀ ପ୍ରାର୍ଥୀଙ୍କୁ ଭୋଟର କେଉଁ ଭାବରେ ଗ୍ରହଣକରୁଛନ୍ତି।
ଅଧିକ ଦେଖନ୍ତୁ :