ଅର୍ଗସ ବ୍ୟୁରୋ : ମେ ୨୫ ତାରିଖରେ ଦେଶରେ ଷଷ୍ଠ ପର୍ଯ୍ୟାୟ ଆଉ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀ, କଟକ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ବର ଲୋକସଭା ଆସନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୬ ଟି ସଂସଦୀୟ କ୍ଷେତ୍ରରେ ରହିଛନ୍ତି ୯୪ ଲକ୍ଷ ୪୧ ହଜାର ୭୯୭ ଭୋଟର । ସେମାନଙ୍କ ମଧ୍ୟରୁ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ଙ୍କ ସଂଖ୍ୟା ରହିଛି ୪୬ ଲକ୍ଷ ୧୪ ହଜାର ୧୩୪ ।
ଅଧିକ ପଢନ୍ତୁ : କଂଗ୍ରେସର ପ୍ରାର୍ଥୀ ତାଲିକା, କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ଟିକେଟ୍
ଏଥିସହ ଏହି ଲୋକସଭା ଆସନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନାମାଙ୍କନ ବେଳେ ପ୍ରାର୍ଥୀ ମାନେ ବଡ଼ ରାଲି କରି ନ ଆସିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନ । ... ଓଡିଶାର ୬ଟି ଲୋକସଭା ଆସନ ସହ ୭ଟି ରାଜ୍ୟର ୫୭ଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ହେବ । ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାରର ୮, ପଶ୍ଚିମବଂଗର ୮ ଓ ଝାଡଖଣ୍ଡର ୪ଟି ଲୋକସଭା ଆସନ ପାଇଁ ମତଦାନ ହେବ ।