ଜୁନ୍ ୨ରେ କେନ୍ଦ୍ରାପଡାରେ ପଡ଼ିବ ଭୋଟ୍ । ନିର୍ବାଚନକୁ ଆହୁରି ଅନେକ ଦିନ ବାକି ଅଛି । ହେଲେ, ଏହି ଆସନରୁ ବିଜେଡ଼ିର ଅନେକ ଆଶାୟୀ ଅଛନ୍ତି, ତେଣୁ ଏତେ ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରି ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ।
ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଲେ ଦଳ ଭିତରେ ଥିବା ଆଶାୟୀ ନେତା ବିରୋଧୀ ଶିବିରକୁ ଡେଇଁ ପଡ଼ିବାର ସମ୍ଭାବନା ରହିଛି । ଯାହାକୁ ଟେନସନରେ ଅଛନ୍ତି ବିଜେଡି ଦଳର ସୁପ୍ରିମୋ । ସେପଟେ ବିଜେଡି ଯହି ଆମକୁ ଟିକେଟ ନ ଦେଇ ଆମଦାନୀ ନେତା ବା ଗଣେଶ୍ୱର ବେହେରାଙ୍କୁ ଟିକେଟ୍ ଦିଏ ତେବେ ଆଗାମୀ ଦିନରେ ବିଜେଡିରେ ବିଦ୍ରୋହ ଦେଖାଦେବ ବୋଲି କର୍ମୀମାନେ ଖୋଲାଖୋଲି ଆହ୍ବାନ ଦେଇଛନ୍ତି ।
ତେଣୁ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା ନ କରି ସେମାନଙ୍କୁ ବିରୋଧୀ ଶିବିରକୁ ଛାଡ଼ିଦେବାକୁ ଚାହୁଁନାହିଁ । ବିଜେପି ଓ କ˚ଗ୍ରେସ ପ୍ରାର୍ଥୀ ଘୋଷଣା ଯାଏ ବୋଧହୁଏ ବିଜେଡି ଅପେକ୍ଷା କରିଛି । ଦୁଇ ବିରୋଧୀ ଦଳର ଘୋଷଣା ପରେ ଯାଇ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜନୈତିକ ମହଲ ଅନୁମାନ ଲଗାଉଛି ।