ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟି ପଡିଲା ବାଇକ। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ମୂଷାବଣୀ ଛକ ନିକଟରେ । ମୃତକ ହେଲେ ଦେଓଗାଁ ଗ୍ରାମର ଏସ କେ ଗୁଲଜାର ଙ୍କ ପୁଅ ଏସ୍ କେ ମିରାଜ୍ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବିଜେପି ସମସ୍ତ ବର୍ଗର ଜନଜାତିଙ୍କୁ ସମର୍ଥନ କରେ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି । ତାଙ୍କର ସେହି ନକଲ ଭିଡିଓ ପ୍ରଚାର ପାଇଁ ସେ କଂଗ୍ରସେ କୁ ଦାୟୀ କରିଥିଲେ । ୪୦୦ ଆସନ ଅତିକ୍ରମ କରିବା ପରେ ବିଜେପି ସଂରକ୍ଷଣ ବନ୍ଦ କରିବ ବୋଲି କଂଗ୍ରେସ ଭୁଲ୍ ତଥ୍ୟ ପ୍ରଚାର କରୁଛି। ଏହି ଅଭିଯୋଗ ଅମୂକ ଓ ଭିତ୍ତିହୀନ। ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରେ ବୋଲି ଶାହ କହିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର
ସଂରକ୍ଷଣକୁ ହଟାଇଦେବେ ବୋଲି ନକଲି ଭିଡିଓ ଭାଇରାଲ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହା ଆଜି କଂଗ୍ରେସ ଉପରେ ବର୍ଷି ଥିଲେ । ଆସାମର ଗୁଆହାଟୀରୁ କଂଗ୍ରେସ କର୍ମୀ ରିତାମ ସିଂଙ୍କୁ ଗତକାଲି ଗୃହମନ୍ତ୍ରୀଙ୍କର ନକଲି ଭିଡିଓ ତିଆରି ଏବଂ ସେୟାର କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଆଜି ଗୁଜୁରାଟରୁ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ମୟୁରଭଞ୍ଜ : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏବଂ ଦଳୀୟ ପ୍ରେମରେ ବୁଡି ରାଜନୈତିକ ସଭାରେ ଖୋଲାଖୋଲି ରହିଲେ ଶିକ୍ଷକ। ଏଭଳି ଚିତ୍ର ଦେଖିବାକୁ ମିଳିଛି ବିଜେଡି ସମାବେଶରେ। ସୋମବାର ଦିନ ଉଦଳା ଠାରେ ବିଜେଡିର ଉଦଳା ବ୍ଲକସ୍ତରୀୟ କର୍ମୀ ସମାବେଶ ଚାଲିଥିବା ବେଳେ ସେଠାରେ ଉଦଳା ମଠସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟେନ୍ଦୁ ଜେନା ସେଠାରେ ଉପସ୍ଥିତି ଥିଲେ।
ଅଧିକ ପଢନ୍ତୁ : ବିଜେଡିର ପ୍ରଚାର କରୁଛନ୍ତି ସରକାରୀ ଶିକ୍ଷକ
ଉକ୍ତ ସମାବେଶରେ ଉଦଳା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ ଓ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ। ଏବଂ ବିଜେଡି ଉକ୍ତ ସମାବେଶରେ ନିଜ ନିର୍ବାଚନ ପ୍ରଚାର କରିଥିଲା। ହେଲେ ଶିକ୍ଷକ ମହାଶୟ ଜଣକ ବିଜେଡି କର୍ମୀ ସାଜି ସମାବେଶରେ କାମ କରିଥିଲେ। ତାଙ୍କର ଏହି ରାଜନୈତିକ ସମ୍ପୃକ୍ତି ନେଇ ଅଭିଯୋଗ ପରେ ତଦନ୍ତ କରିଛି ପ୍ରଶାସନ ଏବଂ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି।
ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବ୍ୟାସନଗର ପୋୖରାଞ୍ଚଳରେ ଦିନକୁ ଦିନ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା l ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଅଞ୍ଚଳବାସୀ ଜଣାଇଥିଲେ ମଧ୍ୟ ଶୁଦ୍ଧ ପାନୀୟ ଜଳ ଟିକେ ପାଇବାରୁ ବଞ୍ଚିତ ହେଉଛନ୍ତି l ଆଜି 21 ନମ୍ବର ୱାର୍ଡ ସନ୍ତରା ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମୟରେ ଗ୍ରାମବାସୀ ମାନେ ବିଭାଗୀୟ କର୍ମଚାରୀଙ୍କୁ ପାନୀୟ ଜଳ ଅସୁବିଧା ବିଷୟରେ ଜଣାଇଥିଲେ। ହେଲେ କର୍ମଚାରୀ ଜଣଙ୍କ କହିଥିଲେ ସନ୍ତରା ଗାଁକୁ ପାଣି ଦିଆଯିବ ନାହିଁ l ଏହା ଶୁଣି ଗାଁ ଲୋକେ ଏକାଠି ହୋଇଥିଲେ l
ଖବର ପାଇ ଆସିଷ୍ଟାଣ୍ଟ ମ୍ୟାନେଜର ଘଟଣାସ୍ଥଳ ରେ ପହଂଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ l ହେଲେ ଗ୍ରାମବାସୀମାନେ ପାନୀୟଜଳ ସମସ୍ୟା ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ଦାବି ଜଣାଇବା ସହ ଘେରି ରହିଥିଲେ l ସରକାର ଘରେ ଘରେ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦେଉଥିବା ବୋର୍ଡ ମାରୁଥିବା ବେଳେ ଏ ହେଉଛି ତାର ପ୍ରକୃତ ଚିତ୍ର। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ବିଭାଗୀୟ ଅଧିକାରୀଙ୍କୁ ଛାଡିଲେ ଗ୍ରାମବାସୀ l
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: