ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ଆଉ ଏଠି ବବିଙ୍କ ସଭାରେ ଯୋଗଦେବାପାଇଁ କେମିତି ଲୋକଙ୍କୁ ବିପଦଜନକ ଭାବେ ଟ୍ରକ୍ ଓ ଡାଲା ଅଟୋରେ ବୁହାଯାଉଛି । କେବଳ ଲୋକ ବୁହାଯାଇନି ବରଂ ସଭାକୁ ଆସୁଥିବା ଲୋକଙ୍କୁ ଖୁଲମଖୁଲା ଟଙ୍କା ବଣ୍ଟାଯାଉଛି । ବିଜେଡି ପକ୍ଷରୁ ଚାଲିଥିବା ଏପରି ଖୁଲମଖୁଲା କାର୍ଯ୍ୟ ଉପରେ ଆକ୍ସନ ନେବେ ତ ନିର୍ବାଚନ କମିଶନ ଏହାକୁ ନେଇ ଉଠିଛି ପ୍ରଶ୍ନ । କେବଳ ଦେବଗଡ , ଛେଣ୍ଡିପଦା ନୁହେଁ କୁଚିଣ୍ଡାରେ ମଧ୍ୟ ସମାନ ସ୍ଥିତି । କୁଚିଣ୍ଡା ବାମରାରେ ବବିଙ୍କ ସଭାକୁ ଆସିଲେନି ଲୋକେ । ଆଉ ଏଠି ବି ଚେୟାର ଖାଲି । ସେପଟେ ବବି ଓ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ 17 ପଞ୍ଚାୟତ ବାସୀଙ୍କ ଜୋରଦାର ବିରୋଧ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଜୋର ଧରିଲା ଦାବି । ବିକାଶ ଓ ରୂପାନ୍ତରଣର ବାହାସ୍ପୋଟ ମାରୁଥିବା ବିଜେଡିକୁ ଓ ବିଜେଡି ପ୍ରାର୍ଥୀଙ୍କୁ ସବୁଆଡେ ବିରୋଧ । ଆଉ ଲୋକଙ୍କ ପ୍ରଶ୍ନ 24 ବର୍ଷରେ କରିଛ କଣ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: