ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ପ୍ରସ୍ତୁତ କରାଯାଇଥାଏ। ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ରଖାଯାଇଥିବା ବେଳେ ଏହାର ଦାମ ମାତ୍ର ୧୦ ଟଙ୍କା। ତେଣୁ ଏହି ମିଠାକୁ ଖାଇବାକୁ ସକାଳୁ ଜମିଥାଏ ପ୍ରଭୁଲାଲ ଙ୍କ ଦୋକାନ ରେ ଭିଡ... ପ୍ରଭୁଲାଲ ଗୁପ୍ତା ହି କାମ ପାଇଁ ସେ କୌଣସି ପିଲା ରଖିନଥିବା ବେଳେ ତାଙ୍କ ପରିବାର ଲୋକ ମିଶି ପ୍ରସ୍ତୁତ କରିଥାନ୍ତି । ପ୍ରଭୁଲାଲ ଙ୍କ କହିବା ମୁତାବକ ଦେଶ ବିଦେଶରେ ରହିଛି ଏହାର ଚାହିଦା ।ଆଉ ଗଞ୍ଜେର ଗଛ ଅଠାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇ ପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ।ସମ୍ବଲପୁର ଛଡା ଏହି ମିଠା ଅନ୍ୟ କେଉଁଠି ମିଳୁନଥିବା ବେଳେ ଏହି ପ୍ରସିଦ୍ଧ ସରସତିଆ ମିଠାକୁ ଜିଆଇ ଟ୍ୟାଗ ମାନ୍ୟତା ମିଲୁ ବୋଲି ଦାବି କରିଛନ୍ତି। ଭାଷା ସଂସ୍କୃତି ଓ ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ସମ୍ବଲପୁର ସହରର ଆଉ ଏକ ପରିଚୟ ସାଜିଛି ସରସତିଆ । ଯିଏ ଥରେ ଖାଇଛି ଏହାର ମଜା ନେଇଛି।
ଅଧିକ ଦେଖନ୍ତୁ :