ଯିଏ ଭାରତ ସରକାରଙ୍କର MSME ମନ୍ତ୍ରାଳୟ ଅଧୀନରେ ଥିବା ଖଦି କମିଶନ ପକ୍ଷରୁ ଆରମ୍ଭ କରାଯାଇଥିବା ଖଦି ପ୍ରାକୃତିକ ରଙ୍ଗ କାର୍ଯ୍ୟକ୍ରମରେ ଗୋବରରୁ ରଙ୍ଗ ପ୍ରସ୍ତୁତ କରିବାର ପ୍ରଶିକ୍ଷଣ ନେଇ ପ୍ରମାଣପତ୍ର ପାଇଛନ୍ତି । ଗୋବରରୁ ରଙ୍ଗ ପ୍ରସ୍ତୁତକର୍ତ୍ତା ଭାବେ ସେ ଓଡ଼ିଶାର ପ୍ରଥମ ମହିଳା ।
ଏହି ରଙ୍ଗ ସମ୍ପୂର୍ଣ ପ୍ରାକୃତିକ ହୋଇଥିବା ବେଳେ ପରିବେଶ ପାଇଁ ମଧ୍ୟ ଅନୁକୂଳ । ଖାଲି ଏତିକି ନୁହେଁ ଏହା ବିଷ ହୀନ, ବୀଜାଣୁ ଓ ଶିଉଳୀ ରହିତ ମଧ୍ୟ । ଏହା ବଜାରରେ ମିଳୁଥିବା ଅନ୍ୟ ରଙ୍ଗ ତୁଳନାରେ ଗନ୍ଧହୀନ ଓ ଏହାର ଦର ମଧ୍ୟ କମ । ଏହାକୁ ଅତି ସହଜରେ ପ୍ରସ୍ତୁତ କରାଯାଇ ପାରିବ । ଗୋ ଶାଳା ନିକଟରେ ହିଁ ଏହାକୁ ପ୍ରସ୍ତୁତ କରିବା ପାଇଁ ଯୋଜନା କରାଯାଉଛି ବୋଲି ବବିତା ତ୍ରିପାଠୀ କହିଛନ୍ତି।
କୃଷକଙ୍କ ଆୟ ବୃଦ୍ଧି ହେବା ସହ ଗୋ ହତ୍ୟା ବନ୍ଦ ପାଇଁ ଉଚିତ୍ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ଖାସ କରି ଏହା ମହିଳାମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିବ । ଗୋବରରୁ ପ୍ରାକୃତିକ ରଙ୍ଗ ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବା ସହ ଗୋ ସମ୍ପଦ ସୁରକ୍ଷା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
ଏଥିପାଇଁ ମୁମ୍ବାଇରେ ଜାତୀୟ ପରୀକ୍ଷାଗାର, ନୂଆ ଦିଲ୍ଲୀରେ ଶ୍ରୀ ରାମ ଶିଳ୍ପ ଗବେଷଣା ପ୍ରତିଷ୍ଠାନ ଓ ଗାଜିଆବାଦରେ ଜାତୀୟ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି । ଲକଡାଉନ୍ ସମୟରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଥିବା ଲୋକଙ୍କୁ ପୁଣି ଥରେ ରୋଜଗାରକ୍ଷମ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ।